ଭୁବନେଶ୍ୱର (୫/୬):ପରିବେଶ ସୁରକ୍ଷା, ପ୍ରକୃତି ସଂବର୍ଦ୍ଧନ, ସମାଜ ବିକାଶ ଏବଂ ସମାଜସେବା କ୍ଷେତ୍ରରେ ଦୀର୍ଘଦିନ ଧରି ଅବଦାନ ରଖିଆସୁଥିବା ଡ଼ଃ ଚିତ୍ତରଞ୍ଜନ ସାହୁଙ୍କୁ ସମ୍ମାନଜନକ “ପ୍ରକୃତି ବନ୍ଧୁ ପୁରସ୍କାର” ପ୍ରଦାନ କରାଯାଇଛି। ସେ INCYSର ନିର୍ଦ୍ଦେଶକ ଓ ଆନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସା ସଂଗଠନ (INO), ଓଡ଼ିଶାର ଜଣେ ସମ୍ମାନିତ ସଦସ୍ୟ ଭାବେ ପରିଚିତ।
ଏହି ସମ୍ମାନ ଡ଼ଃ ସାହୁଙ୍କର ପରିବେଶ ପ୍ରତି ଅତୁଟ ସମର୍ପଣ, ପ୍ରକୃତି ସୁରକ୍ଷା ଅଭିଯାନ, ସ୍ୱାସ୍ଥ୍ୟ ସଚେତନତା ଓ ସମାଜ କଲ୍ୟାଣ କ୍ଷେତ୍ରରେ ନିରନ୍ତର କାର୍ଯ୍ୟର ସ୍ୱୀକୃତି ସ୍ୱରୂପ,ନିଜର ଚିନ୍ତାଧାରା, କାର୍ଯ୍ୟ ଏବଂ ନେତୃତ୍ୱ ମାଧ୍ୟମରେ ସେ ପ୍ରକୃତି ଓ ମାନବତା ମଧ୍ୟରେ ସମନ୍ୱୟ ସ୍ଥାପନ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି।
“ପ୍ରକୃତି ବନ୍ଧୁ ପୁରସ୍କାର” କେବଳ ଡ଼ଃ ସାହୁଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ପ୍ରକୃତି, ସ୍ୱାସ୍ଥ୍ୟ ଓ ସମାଜର ଉନ୍ନତି ପାଇଁ କାମ କରୁଥିବା ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ତାଙ୍କର ଏହି ସଫଳତା ପ୍ରମାଣ କରେ ଯେ ନିଷ୍ଠା, ପରିଶ୍ରମ ଓ ସେବାଭାବ ସହିତ କରାଯାଇଥିବା କାର୍ଯ୍ୟ ନିଶ୍ଚିତ ଭାବେ ସମ୍ମାନିତ ହୁଏ।
ଏହି ଅବସରରେ ଆନ୍ତର୍ଜାତୀୟ ପ୍ରାକୃତିକ ଚିକିତ୍ସା ସଂଗଠନ (INO) ପରିବାର ପକ୍ଷରୁ ଡ଼ଃ ଚିତ୍ତରଞ୍ଜନ ସାହୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ସଂଗଠନ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ସୁନ୍ଦର ସ୍ୱାସ୍ଥ୍ୟ ଓ ସମାଜ ତଥା ପ୍ରକୃତି ପ୍ରତି ତାଙ୍କର ନିରନ୍ତର ଅବଦାନ ଜାରି ରହୁ ବୋଲି କାମନା କରିଛି।
“ପ୍ରକୃତିର ସେବା ହିଁ ମାନବତାର ପ୍ରକୃତ ସେବା” — ଡ଼ଃ ଚିତ୍ତରଞ୍ଜନ ସାହୁଙ୍କର ଏହି ସମ୍ମାନ ସେହି ମହାନ ଆଦର୍ଶର ଜୀବନ୍ତ ପ୍ରତିଫଳନ। ରିପୋର୍ଟ-ସନାତନ ମହାକୁଡ଼।
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.