‘ଧାରା ୩୭୦’ ; ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ଧାରା ୩୭୦କୁ ହଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଐତିହାସିକ। ଯେଉଁଥିରେ ୫ ଅଗଷ୍ଟ ୨୦୧୯ରେ ଭାରତୀୟ ସଂସଦ ନେଇଥିବା ନିଷ୍ପତ୍ତିର ସାମ୍ବିଧାନିକତା ବଜାୟ ରହିଛି। ଏହା ଜାମ୍ମୁ କାଶ୍ମୀର, ଲଦାଖର ଆମର ଭାଇ ଓ ଭଉଣୀମାନଙ୍କର ଆଶା, ବିକାଶ ଏବଂ ଏକତାର ଏକ ପ୍ରତିଧ୍ୱନୀ। ଅଦାଲତ ଆମର ଏକତାର ମୂଳତତ୍ତ୍ୱକୁ ମଜଭୂତ କରିଛନ୍ତି।

ଜମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ । ଧାରା ୩୭୦ ଦ୍ୱାରା ପୀଡିତ ସମାଜର ସମ୍ବେଦନଶୀଳ ବର୍ଗ ଯାଏ ବିକାଶ ପହଞ୍ଚିବ। ଆଜିର ରାୟ କେବଳ ଏକ ଆଇନଗତ ବିଚାର ନୁହେଁ ଏହା ଆଶାର ଆଲୋକ। ଉଜ୍ଜ୍ୱଳ ଭବିଷ୍ୟତ ସହ ସୁଦୃଢ ଓ ସଂଗଠିତ ଭାରତ ନିର୍ମାଣ ପାଇଁ ବଦ୍ଧ ପରିକର ବୋଲି ଶ୍ରୀ ମୋଦୀ କହିଛନ୍ତି।

Comments are closed.