ଧାମନଗର ଉପନିର୍ବାଚନ

ଦ୍ବିତୀୟ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀ ଆଗୁଆ

ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଛି। ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କୁ ୮୭୩୭, ବିଜେଡି ପ୍ରାର୍ଥୀ ୭୩୫୮, କଂଗ୍ରେସ ପ୍ରାର୍ଥୀ ୫୯୭ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୫୯୭ ଖଣ୍ଡ ଭୋଟ ମିଳିଛି। ତେବେ ଏନେଇ ଏଯାଏ ଆଧିକାରିକ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିଲେ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୭୬୯ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କୁ ୪୭୪୯, ବିଜେଡି ପ୍ରାର୍ଥୀ ୩୯୮୦, କଂଗ୍ରେସ ପ୍ରାର୍ଥୀ ୨୧୬ ଓ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୦୨ ଖଣ୍ଡ ଭୋଟ ମିଳିଛି।

ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନର ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଏହା ଏବେ ଜାରି ରହିଛି। କଡ଼ା ସୁରକ୍ଷା ଭିତରେ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଛି। ତାପରେ ଇଭିଏମ୍ ଗଣତି ଚାଲିଛି। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଛି। ମୋଟ ୧୮ ରାଉଣ୍ଡରେ ଗଣତି ହେବ। ଅପରାହ୍ନ ୫ଟା ସୁଦ୍ଧା ଫଳାଫଳ ଘୋଷଣା ହେବା ନେଇ ସୂଚନା ମିଳିଛି।

Comments are closed.