ଦେଶରେ ଅକ୍ଟୋବରରୁ ଆରମ୍ଭ ହେବ ୫-ଜି ସେବା : ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ନୂଆଦିଲ୍ଲୀ: ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ଆଶା ପ୍ରକାଶ କରିଛନ୍ତି ।

ଟେଲିକମ କମ୍ପାନୀଗୁଡିର ଏଥିପାଇଁ କାମକରୁଛନ୍ତି ଓ ଇନଷ୍ଟାଲସେନର କାମ ଜାରି ରହିଛି । ଏଥିପାଇଁ ଟେଲିକମ୍ କମ୍ପାନୀଗୁଡିକ ସରକାରଙ୍କୁ ଯେତିକି ଟଙ୍କା ଦେବା କଥା ତାହା ପୈଠ କରିସାରିଛନ୍ତି ।

୫-ଜି ସମ୍ପର୍କରେ କିଛି ତଥ୍ୟ : –

– ଅକ୍ଟୋବରରେ ଆରମ୍ଭ ହେବ ଭାରତରେ ୫-ଜି
– ପ୍ରଥମ ପର୍ଯ୍ୟାୟରେ ୧୩ ସହରରେ ଆରମ୍ଭ ହେବ ସେବା
– ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡୀଗଡ, ଚେନ୍ନାଇ, ଦିଲ୍ଲୀ
– ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା
– ମୁମ୍ବାଇ ଓ ପୁନେରେ ଆରମ୍ଭ ହେବ ୫-ଜି
– ୪-ଜିଠାରୁ ଦଶଗୁଣ ସ୍ପିଡରେ ଚାଲିବ ୫-ଜି
– ରିଲାଏନ୍ସ ଜିଓ ଓ ଏୟାରଟେଲ ପ୍ରଥମେ ୫-ଜି ସେବା ଆରମ୍ଭ କରିବେ
– ଏହି ସେବା ପାଇବାକୁ ୫-ଜି ମୋବାଇଲ ଫୋନ ଆବଶ୍ୟକ
– ଭାରତୀ ଏୟାରଟେଲ ସରକାରଙ୍କୁ ୮ ହଜାର ୩୧୨ କୋଟି ଟଙ୍କା ପୈଠ କରିଛି
– ରିଲାଏନ୍ସ ଜିଓ ପ୍ରଥମ କିସ୍ତିରେ ୭ହଜାର ୮ ୬୪ କୋଟି ଦେଇଛି
– ସମସ୍ତ ଟେଲିକମ କମ୍ପାନୀ ୧୭ ହଜାର ୮୭୬ କୋଟି ଦେଇସାରିଛନ୍ତି
– ପର୍ଯ୍ୟାୟ କ୍ରମେ ଅନ୍ୟ ସହରକୁ ୫-ଜି ସେବା ଯୋଗାଇଦିଆଯିବ
-୨-୩ ବର୍ଷରେ ଦେଶର ସବୁସ୍ଥାନରେ ୫-ଜି ସେବା ଯୋଗାଇଦେବାକୁ ଲକ୍ଷ୍ୟ
– ଦୀର୍ଘ ୪ ବର୍ଷର ପରୀକ୍ଷାନିରୀକ୍ଷା ପରେ ୫-ଜିକୁ ଲଞ୍ଚ କରାଗଲା
– ସ୍ପେକ୍ଟ୍ରମ କିଣିବାକୁ ଅଦାନୀ-ଅମ୍ବାନି ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା ।

Comments are closed.