ଆଜି ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା ।

ନୂଆଦିଲ୍ଲୀ: ଭାରତର ୪୮ତମ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନା ଆଜି (ଅଗଷ୍ଟ ୨୬) ଅବସର ନେବେ । ରମନ୍ନାଙ୍କ ସ୍ଥାନରେ ଜଷ୍ଟିସ ଉଦୟ ଉମେଶ ଲଲିତ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୭ରେ ଭାରତର ୪୯ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ଵ ଗ୍ରହଣ କରିବେ। ତାଙ୍କ ଉତ୍ତରାଧିକାରୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଭାବେ ଜଷ୍ଟିସ ୟୁୟୁ ଲଲିତଙ୍କ ନାମ ପ୍ରଧାନ ବିଚାରପତି ଏନଭି. ରାମନ୍ନା ସୁପାରିସ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହାକୁ ଅନୁମୋଦନ କରିଥିଲେ।

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନା ୨୪ ଏପ୍ରିଲ ୨୦୨୧ରେ ଏସ୍ଏ ବୋବଡେଙ୍କ ସ୍ଥାନ ନେଇଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ଜଷ୍ଟିସ ରମନ୍ନା ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି । ଆଜି ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ମାଗଣା ଉପହାର ଯୋଜନା, ୨୦୦୭ ଗୋରଖପୁର ଦଙ୍ଗା ଓ ରାଜସ୍ଥାନ ମାଇନିଂ ଲିଜ୍ ଭଳି ମାମଲାର ଶୁଣାଣି କରିବେ ।

ଭାରତର ୪୯ତମ ପ୍ରଧାନ ବିଚାରପତି ହେବାକୁ ଥିବା ଜଷ୍ଟିସ୍ ଉଦୟ ଉମେଶ ଲଳିତ ଫୌଜଦାରୀ ଆଇନର ଜଣେ ବିଶେଷଜ୍ଞ । ଜଷ୍ଟିସ ଲଳିତ ଜୁନ୍ ୧୯୮୩ରେ ଓକିଲ ଭାବେ ଆଇନ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଭାରତର ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ତିନିମାସ ହେବ । ସେ ଚଳିତ ବର୍ଷ ନଭେମ୍ବର ୮ରେ ଅବସର ନେବେ।

Comments are closed.