ତେନ୍ତୁଳୀଖୁଣ୍ଟି, ୨୪ ଜୁଲାଇ ୨୦୨୬ (ଶେଖର ଖୁରା): ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ପ୍ରହ୍ଲାଦ ହିଆଲଙ୍କ ନେତୃତ୍ୱରେ ଶୁକ୍ରବାର ତେନ୍ତୁଳୀଖୁଣ୍ଟିଠାରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।
ଏହି ପ୍ରତିବାଦରେ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ କେନ୍ଦ୍ର କରି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନକୁ କଂଗ୍ରେସ କର୍ମୀମାନେ ନିନ୍ଦା କରିଥିଲେ। ସେହିପରି ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ, ସାଂସଦ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ପୁଲିସ ଗିରଫ କରିଥିବା ଘଟଣାର ମଧ୍ୟ ବିରୋଧ କରାଯାଇଥିଲା।


ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସେମାନଙ୍କର କୁଶପୁତ୍ତଳିକା ଦାହ କରିଥିଲେ।
ପ୍ରତିବାଦ କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସର ବହୁ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l
Comments are closed.