ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି ପାଠ ପଢା 3ଟି ଶିକ୍ଷକ ଙ୍କୁ ପ୍ରଥମ ରୁ ଦଶମ ଶ୍ରେଣୀ ପ୍ରାୟ 200ଛାତ୍ର ଛାତ୍ରୀ ଡେଙ୍ଗେଶ ଖାଲ ବିଦ୍ୟାଳୟ

0

ମୋହନା,୨୪.୭(ମନୋଜ ପାଢ଼ୀ):-ଗଜପତି ଜିଲ୍ହା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗେଶ ଖାଲ ପଂଚାୟତ ର ଡେଙ୍ଗେଶ ଖାଲ ସ୍ମାର୍ଟ ସ୍କୁଲ ନା ଅଛି ଭଲ ରାସ୍ତା ନା ଅଛି ସ୍କୁଲ ରେ ପାଣିର ବ୍ୟବସ୍ତା ନା ଅଛନ୍ତି ପିଲାଙ୍କ ଅନୁସାରେ ଶିକ୍ଷକ ଏହିପରି ଅବ୍ୟବସ୍ଥା ରେ ଚାଲିଛି ପାଠ ପଢା ଯାହା ଦେଖିବାକୁ ମିଳିଛି ଡେଙ୍ଗେଶ ଖାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଯାହା ଅଂଚଳ ର ପିଲାମାନେ ପାଠ ପଢିବା ପାଇଁ ନିଜ ଭବିଷ୍ୟତ ଗଢିବା ପାଇଁ ସ୍କୁଲ କୁ ଯାନ୍ତି ,

ହେଲେ ଏଠାରେ 200ପିଲାଙ୍କୁ 3ଶିକ୍ଷକ ଏଥିରେ ମଧ୍ୟ sir ପାଇଁ ଜଣକୁ ନିଯୁକ୍ତ ହେଲେ 2ଟି ଶିକ୍ଷକରେ ଚାଲିଛି ପାଠ ପଢା ସରକାର କଟି କଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ କରି କି ଲାଭ କାରଣ ନା ସ୍କୁଲରେ ଭଲ ରାସ୍ତା ନା ପାଠ ପଢା ଏହି ଅବ୍ୟବସ୍ଥା ରେ ଚାଲିଛି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତେଣୁ ଆଜିର ଶିଶୁ କାଲିର ଭବିଷ୍ୟତ ହେଲେ ଏଠାରେ ଭବିଷ୍ୟତ ଗଢିବା ପାଇଁ କୌଣସି ସୁବିଧା ନାହିଁ ତେଣୁ ଗ୍ରାମବାସୀ ଏବଂ ସ୍କୁଲ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ପ୍ରଶାସନଙ୍କୁ ନିବେଦନ କରିଛନ୍ତି କି ସେମାନଙ୍କୁ ଶ୍ରେଣୀ ଅନୁସାରେ ଶିକ୍ଷକ ପିଇବା ପାଣି ସ୍କୁଲ ପାଚେରୀ ଏବଂ ସ୍ମାର୍ଟ ସ୍କୁଲ ପରିଚାଳନା ଯଥା ଶୀଘ୍ର କଲେ ଏବଂ ବିଶେଷ କରି ଶିକ୍ଷକ ଅଭାବ ପୂରଣ କଲେ ଛାତ୍ର ଛାତ୍ରୀ ଉପକୃତ ହଇଥାନ୍ତେ ଏହାକୁ ଦୃଷ୍ଟିରେ ରଖି ବହୁବାର ଗ୍ରୀଭେନ୍ସ ଏବଂBEO , DEO ଙ୍କୁ ଜଣାଇଛନ୍ତି ତଥାପି ଫଳ ସୁନ ବର୍ତମାନ ଅଭିଵାବକ କହିଛନ୍ତି ତୁରନ୍ତ ଏହାର ପ୍ରତିକାର ନକଲେ ଆଗାମୀ ଦିନରେ BEO ,DEO ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି ତେଣୁ ଖବର ପ୍ରସାରଣ ପରେ ଏହାର ସମାଧାନ କେବେ ହେଉଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.