ଚୀନ ଏବଂ ରୁଷ ତୁଳନାରେ ଦୁର୍ବଳ ଆମେରିକା ସେନା, ଯୁଦ୍ଧ ଜିତିବାରେ ସକ୍ଷମ ନୁହେଁ, ରିପୋର୍ଟରେ ଦାବି

ନୂଆଦିଲ୍ଲୀ ବିଶ୍ୱ ଆଗରେ ଆମେରିକାକୁ ଆର୍ଥିକ ରୂପରେ ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଣାଯାଏ । କିନ୍ତୁ ପ୍ରତିରକ୍ଷା ମାମଲାରେ ଏହାର ସେନା ଗୋଟିଏ ବି ଯୁଦ୍ଧ ଜିତିବାରେ ସକ୍ଷମ ନୁହେଁ । ଆମେରିକାର ସୈନ୍ୟ ଶକ୍ତି ଉପରେ ଆଧାରିତ ଏକ ନୂଆ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟ ଅନୁସାରେ, ଆମେରିକା ସେନାର ଯବାନ ଚୀନ ଏବଂ ରୁଷଠାରୁ ସମ୍ଭାବିତ ବିପଦର ମୁକାବିଲା କରିବାରେ ଅସମର୍ଥ ଅଟନ୍ତି । ଯୁଦ୍ଧି ଜିତିବା ପାଇଁ ପେଣ୍ଟାଗନ ସେନାକୁ ସଂଘର୍ଷ କରିବାକୁ ପଡିବ।

ବର୍ତ୍ତମାନର ସ୍ଥିତିରେ ଦୁଇ ପକ୍ଷରୁ ଯୁଦ୍ଧର ସମ୍ଭାବନା ଅଧିକ ରହିଛି । କାରଣ ଗୋଟିଏ ପଟେ ୟୁକ୍ରେନରେ ରୁଷ ଯୁଦ୍ଧ କରୁଥିବା ବେଳେ ଅନ୍ୟପଟେ ଚୀନ ପ୍ରଶାନ୍ତ ମହାସଗରୀୟ କ୍ଷେତ୍ରରେ ଆକ୍ରାମକ ହୋଇ ଆଗକୁ ବଢୁଛି । ଏହି ସ୍ଥିତିରେ ଦୁଇ ଆଡୁ ଲଢେଇ ଆମେରିକା ସେନାକୁ ଅସୁବିଧାରେ ପକାଇବ।

ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ସୈନ୍ୟ କ୍ଷମତାରେ ଅନେକ ଦୁର୍ବଳତା ରହିଛି । ଯବାନଙ୍କ ପାଖରେ କ୍ଷମତା, ପର୍ଯ୍ୟାପ୍ତ ପରିମାଣର ହତିଆର ଏବଂ ସୈନ୍ୟ ଉପକରଣ ନଥିବା ଏକ ବଡ଼ ସମସ୍ୟା । ଏଥିରେ ମେରାଇନ କପର୍ସର କ୍ଷମତାକୁ ଅଧିକ ବଢାଇବାକୁ ଜୋର ଦିଆଯାଇଛି । ସ୍ଥଳସେନାକୁ ଆଭରେଜ୍ ରେଟିଂ ଦିଆଯାଇଛି । ଆଭ୍ୟନ୍ତରୀଣ ସୁରକ୍ଷା ବଳ ଏବଂ ନୌସେନାକୁ ଦୁର୍ବଳ ଏବଂ ବାୟୁସେନାକୁ ଅଧିକ ଦୁର୍ବଳ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯଦି ଆମେରିକା ନିଜର ଶକ୍ତି ବଢାଇବାକୁ ଚାହୁଛିଁ ତେବେ ଜାହାଜ, ମିଶାଇଲ ଏବଂ ଅନ୍ୟ ହତିଆରରେ ନିବେଶ କରିବାକୁ ପଡିବ ବୋଲି କୁହାଯାଇଛି । ଏହା ଭବିଷ୍ୟତର ସଂଘର୍ଷ ପ୍ରସ୍ତୁତି ପାଇଁ ଏକ ଆବଶ୍ୟକୀୟ ଉପକରଣ ସହ ଅଧିକ ବଳ ମଧ୍ୟ ଯୋଗାଇବ । ରିପୋର୍ଟ ଅନୁସାରେ ବର୍ତ୍ତମାନ ବାଇଡେନ ପ୍ରଶାସନର ଆର୍ଥିକ ବର୍ଷ ୨୦୨୩ ପାଇଁ ପ୍ରସ୍ତାବିତ ରକ୍ଷା ବଜେଟ୍ ୫ ପ୍ରତିଶତ ପାଖରେ ରହିଛି ଯାହା ମୁଦ୍ରାସ୍ଫିତୀର ବର୍ତ୍ତମାନ ହାର ୧୦ ପ୍ରତିଶତର ପ୍ରାୟ ଅଧା ଅଟେ ।

ରିପୋର୍ଟ ଅନୁସାରେ, ହାର୍ଡ ପାୱାରର କେନ୍ଦ୍ରରେ ସମସ୍ୟା ହେଉଛି ନୌସେନା ଦୁର୍ବଳ ହେବା । ଦୁଇ ଯୁଦ୍ଧ ଲଢିବା ପାଇଁ ନୌସେନାକୁ ପ୍ରାୟ ୪୦୦ ଜାହଜର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ୨୯୨ ଜାହାଜ ଅଛି । ଅନ୍ୟପଟେ ଚୀନ ନିକଟରେ ୩୫୫ ଜାହାଜ ରହିଛି । ୨୦୩୦ ସୁଦ୍ଧା ଚୀନ ପାଖରେ ପ୍ରାୟ ୪୬୦ ଜାହାଜ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବ୍ରିଟିଶ ରୟାଲ ନେଭି ପାଖରେ ମାତ୍ର ୧୭ରୁ ୧୮ ଜାହାଜ ରହିଛି । ଚୀନ ପ୍ରତିବର୍ଷ ନିଜ ନୌସେନାରେ ବିଟ୍ରିଶ ରୟାଲ ନେଭି ଆକାରର ଜାହାଜ ଯୋଡୁଛି । ଅନ୍ୟପଟେ ପେଣ୍ଟାଗନର ମୁଖପାତ୍ର ଏହି ରିପୋର୍ଟରେ କୌଣସି ଟିପ୍ପଣୀ କରିବାକୁ ମନା କରିଛନ୍ତି ।

Comments are closed.