ଉଦ୍ଧବଙ୍କ ଗୋଷ୍ଠୀକୁ ଘରବାହୁଡ଼ା: ବିଜେପି ଛାଡ଼ି ଠାକରେଙ୍କ ଶିବସେନାକୁ ଫେରିଲେ ପୂର୍ବତନ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନକୁ ନେଇ ଖୁବ୍ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। ଏହି ସମୟରେ କେବଳ କ୍ଷମତା ପରିବର୍ତ୍ତନ ହୋଇନଥିଲା ବରଂ ଶିବସେନା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିଲା। ଗୋଟିଏ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଗୋଷ୍ଠୀ ଏବଂ ଅନ୍ୟଟି ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଗୋଷ୍ଠୀ। ଠାକରେଙ୍କ ଗୋଷ୍ଠୀରୁ ଅଧିକାଂଶ ନେତା ଏକନାଥଙ୍କ ଗୋଷ୍ଠୀରେ ଯୋଗ ଦେଇଥିଲେ। ଆଉ ସିନ୍ଦେ ଗୋଷ୍ଠୀ ବିଜେପି ସହ ମିଶି ରାଜ୍ୟରେ ଶାସନ କ୍ଷମତାକୁ ଆସିଥିଲା। ସେପଟେ ଶିବସେନା ଭାଙ୍ଗିବାରୁ ଦୁଇ ଗୋଷ୍ଠୀଙ୍କୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ମଧ୍ୟ ମିଳି ଯାଇଛି। ଏବେ ମହରାଷ୍ଟ୍ର ରାଜନୀତି ପାଣିପାଗ ବଦଳିଛି।

କାରଣ ଶିବସେନାର ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଗୋଷ୍ଠୀଙ୍କୁ ଘରବାହୁଡ଼ା ଆରମ୍ଭ ହୋଇଯାଇଛି। ଗୁରୁବାର ରାଜ୍ୟର ପୂର୍ବତନ ମନ୍ତ୍ରୀ ସଂଞ୍ଜୟ ଦେଶମୁଖ ବିଜେପି ଛାଡ଼ି ଶିବସେନାକୁ ଫେରିଛନ୍ତି। ତାଙ୍କ ସହ ତାଙ୍କ ସମର୍ଥକ ମଧ୍ୟ ଉଦ୍ଧବଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜବଂଶଙ୍କ ନିକଟ ସଂପର୍କୀୟ ୟଶବର୍ଦ୍ଧନ କଦମବାଡେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗଡ଼ କୁହାଯାଉଥିବା ଥାଣେର ସଞ୍ଜୟ ଘାଡୀଗାଓ୍ବଁକର ମଧ୍ୟ ଶିବସେନାରେ ସାମିଲ ହୋଇଛନ୍ତି। ୟଶବର୍ଦ୍ଧନ କଦମବାଡେ ବିଜେପିର ବରିଷ୍ଠ ନେତା ଏବଂ ଧୁଲେର ପୂର୍ବ ବିଧାୟକ ତଥା ଧୁଲେର ନନ୍ଦୁରବାର ଜିଲ୍ଲା ମଧ୍ୟବର୍ତ୍ତୀ ସହକାରୀ ବ୍ୟାଙ୍କ୍ ଚେୟାରମ୍ୟାନ୍ ରାଜବର୍ଦ୍ଦନ କଦମବାଡେଙ୍କ ପୁଅ।

ତେବେ ସଞ୍ଚୟ ଦେଶମୁଖଙ୍କ ଶିବେସନାକୁ ଆସିବା ଏଥିପାଇଁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି କାରଣ ଏଠାରୁ ବର୍ତ୍ତମାନର ବିଧାୟକ ସଞ୍ଚର ରାଠୋର ଉଦ୍ଧବଙ୍କ ଗୋଷ୍ଠୀରୁ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏବେ ଉଦ୍ଧବ ରାଠୋରଙ୍କୁ ତାଙ୍କ ଗଡ଼ରେ ଘେରିବାକୁ ବ୍ୟବସ୍ଥା କରିଛନ୍ତି। ସଞ୍ଚୟ ରାଠୋରଙ୍କ ସିନ୍ଦେ ଗୋଷ୍ଠୀରେ ସାମିଲ୍ ହେବା ପରେ ଉଦ୍ଧବଙ୍କୁ ଜଣେ ଟାଣୁଆ ନେତା ମିଳି ଯାଇଛି।

ଶିବସେନା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଠାକରେ ସଞ୍ଜୟ ଠାକରେ ଦେଶମୁଖଙ୍କୁ ସ୍ବାଗତ କରିଛନ୍ତି। ଠାକରେ କହିଥିଲେ ଯେ ଗତ କିଛି ଦିନରେ ଯାହା ଘଟିଛି , ଏଥିରେ ସାଧାରଣ ଲୋକେ ବିଶେଷକରି ସଭ୍ୟ ଲୋକ ମର୍ମାହତ ହୋଇଛନ୍ତି ଏବଂ ଆମକୁ ପ୍ରତି ସମର୍ଥନ ଜଣାଇଛନ୍ତି। ସେମାନେ ମୋତେ ହାର ନମାନିବାକୁ, ସଂଘର୍ଷ କରିବାକୁ  ଏବଂ  ଆମେ ଆପଣଙ୍କ ସହ ରହିଥିବା କହିଛନ୍ତି। ସେ କହିଥିଲେ ଯେତେବେଳେ ଶିବସେନା ଉପରେ ଆଘାତ ହୋଇଛି, ଶିବସେନା ୧୦ ଗୁଣା ବେଗରେ ଆଗକୁ ବଢ଼ିଛି।

Comments are closed.