ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତାରେ ଛିଡା ହୋଇଥିବା ଟ୍ରେଲର ସହ ପିଟିହେଲା ବସ୍, ୭ ମୃତ

ଛତିଶଗଡ ୧୨/୦୯: ଛତିଶଗଡ କୋରବା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ବସ୍ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରେଲର ଉପରେ ଚଢିଯାଇଥିଲା । ବସ୍ ରାୟପୁରରୁ ସୀତାପୁର ଯାଉଥିଲା ।

ସୋମବାର ସକାଳେ ପଣ୍ଡି ଉପୋରାଡା ଜାତୀୟ ରାଜପଥ-୧୩୦ ର ମାଡାଇ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ଦୁଇଶିଶୁ, ଦୁଇ ମହିଳା ଏବଂ ୩ ପୁରୁଷ ଅଛନ୍ତି ।

ସୂଚନା ପାଇବା ପରେ ପୋଲିସ ସଞ୍ଜୀବନୀ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ବଙ୍ଗୋ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସେପଟେ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.