Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଓଏମ୍ସି କଲୋନିରେ ହାତୀ ଆତଙ୍କ
କାଳିଆପାଣି: ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଓଡ଼ିଶା ଖଣି ନିଗମ(ଓଏମ୍ସି) କାଳିଆପାଣି ଟାଉନସିପ୍ କଲୋନିରେ ଆଜି ରାତିରେ ଏକ ହାତୀ ଉପଦ୍ରବକୁ ନେଇ ଆତଙ୍କ ଖେଳିଯାଇଛି। ରାତି ପ୍ରାୟ ୮ଟାରେ କାଳିଆପାଣି ହାଇସ୍କୁଲ ସମ୍ମୁଖ ଜଙ୍ଗଲରେ ହାତୀ ଦେଖାଯାଇଥିଲା। କୁକୁରମାନେ ଭୁକିବା ଦେଖି…
ଯୁବକଙ୍କ କଙ୍ଗାରୁ କୋର୍ଟ: ପ୍ରେମିକାଙ୍କ ସହ କଥା ହେଉଥିବା ନାବାଳକଙ୍କୁ ନିସ୍ତୁକ ମାଡ଼
ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଥାନା ଅନ୍ତର୍ଗତ ରସଲପୁର ଗାଁରେ ପ୍ରେମିକାଙ୍କ ସହ କଥା ହେଉଥିବା ଏକ ନାବାଳକୁ ନିସ୍ତୁକ ମାଡ଼ ଓ ନିର୍ଯାତନା ଦିଆଯିବା, ୫୨୦୦ ଟଙ୍କା ଦାଦା ବଟି ଆଦାୟ ଓ ବାର୍ତାଳାପର ଭିଡିଓ ଭାଇରାଲ୍ କରିବା ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ଗିରଫ…
ଆଜି ଶିଶୁ ଦିବସ: ଦାରୁଣ ଶୈଶବ, ଅନିଶ୍ଚିତ ଭବିଷ୍ୟତ
ପୁରୀ : କୁହାଯାଏ, ଶିଶୁ ମାଟି ପିଣ୍ଡୁଳା ସଦୃଶ। ତାକୁ ଯେମିତି ଗଢ଼ିବ, ସେ ସେମିତି ଗଢ଼ି ହେବ। ମାତ୍ର ପାରିବାରିକ ଅବହେଳା ଓ ଅଭାବ କିଛି ପିଲାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। କୋମଳମତୀ ଶିଶୁମାନଙ୍କୁ କିଛି ମହିଳା କୋଳରେ ଧରି ଡହଡହ ଖରାରେ ଭିକ୍ଷାବୃତ୍ତି କରୁଛନ୍ତି।…
ଭିଜିଲାନ୍ସ ଜାଲରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ: ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ
ଭୁବନେଶ୍ବର: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉଜଣେ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ,…
ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗସ୍ତରେ କେନ୍ଦ୍ର ସରକାରଙ୍କ ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନୂଆପଡ଼ା ଗସ୍ତ କରିଛନ୍ତି। ଆଜି ସକାଳ ୮ଟା ୪୦ରେ ପୁରୀ-ଦୁର୍ଗ ଇଟରସିଟିରେ ନୂଆପଡ଼ା ରେଳଷ୍ଟେସନରେ ପହଞ୍ଚିଛନ୍ତି। ପରେ ଷ୍ଟେସନଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଜେପି ନେତା…
କଣ୍ଟାବାଞ୍ଜି: ଗୋଟିଏ ଦିନରେ ୭ଟି ବସରେ କଳାକନା ବୁଲାଇଲେ ଚୋର
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଏକା ଥରରେ ୭ଟି ବସରୁ ଚୋରି କରିଥିବା ବେଳେ କେହି କେମିତି ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବସଷ୍ଟାଣ୍ଡରେ ପୁଲିସ…
ମାଲିପଦର ଜଙ୍ଗଲରେ ଫେକ୍ ଏନକାଉଣ୍ଟର ଘଟଣା: ମୃତକର ଶବ ଦିଆନଯିବାରୁ ଜାତୀୟ ରାଜପଥ ଅବରୋଧ
ମାଲକାନଗିରି: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।…
ପାରାଦୀପଗଡ଼ ଜରାଶ୍ରମ ପରିଚାଳକଙ୍କୁ ହତ୍ୟା
ଜଗତସିଂହପୁର : ପାରାଦୀପ ଲକ୍ ଥାନା ଅଧୀନ ଗଡ଼ ଗାଁରେ ଥିବା ରତ୍ନମାଳି ଜେନା ଜରାଶ୍ରମରେ ଶନିବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ ନେଇ ଜରାଶ୍ରମର ମ୍ୟାନେଜର ସନ୍ତୋଷ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ କୀର୍ତ୍ତନ ପରିଡ଼ା।…
ଅଭୟାରଣ୍ୟରେ ଶିକାରର ସାଙ୍ଘାତିକ ଚିତ୍ର: ବାଘ ମାରିଲେ, ସମ୍ବର ଖାଇଲେ!
ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗୀ ଗାଁରୁ ଦୁଇଟା କଲରାପତରିଆ ବାଘ ହତ୍ୟା ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଦ୍ୟୁତ୍ ଫାଶ ପକାଇ ଖାଲି ବାଘକୁ ହତ୍ୟା କରାଯାଇନି, ସେହି ଫାଶରେ ବି ଏକ ସମ୍ବରକୁ ବି ହତ୍ୟା କରାଯାଇଛି। ଏଥିସହିତ, ସମ୍ବର ମାଂସ କାଟି ଶିକାରୀ…
ଜାତୀୟ ରାଜପଥ ଦେଇ କଟକ ବାଲିଯାତ୍ରାକୁ ଆସିବାକୁ ଡିସିପିଙ୍କ ପରାମର୍ଶ
କଟକ: କଟକ ବାଲିଯାତ୍ରାକୁ ନେଇ ଡିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି। ଭୁବନେଶ୍ବର ପଟୁ ବାରଙ୍ଗ ଦେଇ ବାଲିଯାତ୍ରାକୁ ଆସୁଥିବା ଜନସାଧାରଣଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଆଜି ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣୀ ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବିକଳ୍ପ…