ଜାତୀୟ ରାଜପଥ ଦେଇ କଟକ ବାଲିଯାତ୍ରାକୁ ଆସିବାକୁ ଡିସିପିଙ୍କ ପରାମର୍ଶ

କଟକ: କଟକ ବାଲିଯାତ୍ରାକୁ ନେଇ ଡିସିପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି। ଭୁବନେଶ୍ବର ପଟୁ ବାରଙ୍ଗ ଦେଇ ବାଲିଯାତ୍ରାକୁ ଆସୁଥିବା ଜନସାଧାରଣଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଆଜି ବାରଙ୍ଗରେ କାର୍ତ୍ତିକେଶ୍ଵର ଭସାଣୀ ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବିକଳ୍ପ ରାସ୍ତା ସହ ଜାତୀୟ ରାଜପଥ ଦେଇ ବାଲିଯାତ୍ରା ଆସିନ୍ତୁ।

ଦୁଇ ଦିନ ହେବ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମୁଛି, ଯେଉଁଥିପାଇଁ ସଂଧ୍ୟା ସମୟରେ ଟ୍ରାଫିକ ସମସ୍ଯା ସୃଷ୍ଟି ହେଉଛି।ଜନସାଧାରଣଙ୍କ ସୁବିଧା ପାଇଁ ଏଭଳି ପରାମର୍ଶ ଦେଇଛନ୍ତି ଡିସିପି ପିନାକ ମିଶ୍ର।

Comments are closed.