ବ୍ରହ୍ମାଣ୍ଡ ଠାକୁର

ଜୟ ଜୟ ଜଗନ୍ନାଥ କମଳାର ବର l
ନୀଳସିନ୍ଧୁତଟେ ତୁମ୍ଭ ସୁନ୍ଦର ମନ୍ଦିର ll
ନୀଳ ଚକ୍ରେ ଉଡ଼ାଇଛ ପତିତପାବନ l
ଭକତବତ୍ସଳ ପ୍ରଭୋ ପତିତ ତାରଣ ll
ଶଙ୍ଖଚକ୍ର ଗଦା ପଦ୍ମ ଆଣ୍ଟେ ଧରିଅଛ l
ସୁନ୍ଦର ବଦନ ପ୍ରଭୁ ଜଗତ ମୋହୁଛ ll
କ୍ଷୀରସିନ୍ଧୁବାସ ପ୍ରଭୁ ଲୀଳାମୟ ହରି l
ଦୁଃସହଦୁର୍ଗତି ନାମେ ପଳାବନ୍ତି ଡରି ll
ଶୟନ ଯାହାଙ୍କ ସଦା ଅନନ୍ତ ଅଙ୍କରେ l
କମଳାସେବନ୍ତି ତାଙ୍କ ପଦପଙ୍କଜରେ ll
ବ୍ରହ୍ମାଣ୍ଡମାଳ ଯାଙ୍କର ପଦରେ ଲୋଟୁଛି l
ବିଚିତ୍ରଲୀଳା ତାଙ୍କର ଜଗତେ ବ୍ଯାପିଛି ll
ଦେବ ଯକ୍ଷ ନର ଯାହାଙ୍କର ପାଦ ଚିନ୍ତି l
ଭୀଷଣ ସଂସାର ଶୋକବାରିଧି ତରନ୍ତି ll
ମାୟାରେ ଯାଙ୍କର ଏ ଜଗତ ଆତଜାତ l
ସୂର୍ଯ୍ୟଚନ୍ଦ୍ର ଗ୍ରହତାରା ହୋନ୍ତି ଗତାଗତ ll
ଯାହାଙ୍କର ଆଦେଶରେ ଷଡ଼ ଋତୁ ଛନ୍ତି l
ଏକପରେ ଏକ କାର୍ଯ୍ୟ ସାଧି ଯାଉଛନ୍ତି ll
ସିନ୍ଧୁ ନଲଂଘଇ କୂଳ ତାଙ୍କର ନିର୍ଦ୍ଦେଶେ l
ପତିତ କେତନ ତାଙ୍କ ବହୁ ଦୂରୁ ଦିଶେ ll
ବ୍ରହ୍ମାଣ୍ଡ ପାଳନ୍ତି, ପ୍ରଭୋ ବ୍ରହ୍ମାଣ୍ଡ ଠାକୁର l
ତାହାଙ୍କର ପାଦପଦ୍ମେ ଶରଣ ମୋହର ll
🙏🙏🙏
ଅର୍ଜୁନୀ
———-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୨୯୭୧

Comments are closed.