ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅଠାଇଶ ତମ ଆଭାସୀ ଅନୁବାଦ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ” ଅନୁବାଦ କକ୍ଷ” ରେ ବକ୍ତାଭାବେ ଉପସ୍ଥିତ ଥିଲେ ପ୍ରସିଦ୍ଧ ଲେଖକ , ଅନୁବାଦକ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ସଦସ୍ୟ ତଥା ଭାରତର ପାସପୋର୍ଟ ମ୍ୟାନ ଡ. ଜ୍ଞାନେଶ୍ୱର ମନେହର ମୁଳେ। ମରାଠି, ହିନ୍ଦୀ,ଇଂରାଜୀ, ସଂସ୍କୃତ, କନ୍ନଡ଼,ଜାପାନୀ,ଋଷିୟାନ୍ ଓ ପଞ୍ଜାବୀ ଭାଷାରେ ବିଶେଷ ଜ୍ଞାନ ଥିବା ଡ.ମୁଳେ ବିଭିନ୍ନ ରାଷ୍ଟ୍ରରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକରିଛନ୍ତି। ଅନୁବାଦ କେବଳ ଭାଷା ପାଇଁ ନୁହେଁ ବରଂ ଦେଶ ଓ ବିଶ୍ଵ ପାଇଁ କାର୍ଯ୍ୟ କରିଥାଏ। ବିଶ୍ଵର ସଂସ୍କୃତି,ପରମ୍ପରା, ସାହିତ୍ୟ,କଳା ଆଦିର ବାହାକ ହେଉଛି ଅନୁବାଦକ। ଭାରତ ପରି ଏକ ବହୁଭାଷୀ ଦେଶରେ ଅନୁବାଦ ବେଶ ଗୁରୁତ୍ଵ ରଖେ। ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ସଂବିଧାନ ସ୍ୱୀକୃତ ସମସ୍ତ ଭାଷାର ବିଭାଗ ରହିବା ଆବଶ୍ୟକ ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ବହୁ ଭାଷା ଶିକ୍ଷା କରିବା ସହ ଅନୁବାଦ ସାହିତ୍ୟ ପ୍ରତି ଆଗ୍ରହୀ ହୋଇପାରିବେ ବୋଲି ଡ. ମୁଳେ ପ୍ରକାଶ କରିଥିଲେ। କୃଷ୍ଣାଜିନା ଶର୍ମା, ରାଧୁ ମିଶ୍ର, ପ୍ରଭାସିନୀ ମହାକୁଡ଼, ବର୍ଣ୍ଣାଳୀ ଶର୍ମା,ଅନୁରୂପା ସିଂ,ନମିତା ପାଇକରାୟ, ସଂଘମିତ୍ରା ରାୟଗୁରୁ, ସୁନନ୍ଦା ଚୌଧୁରୀ, ବନ୍ଦିତା ମୁଦିଆର ଠାକୁରିଆ ପ୍ରମୁଖ ‘ ଅନୁବାଦ କକ୍ଷ’ କାର୍ଯ୍ୟକ୍ରମର ବକ୍ତାଙ୍କୁ ଅନୁବାଦ ସାହିତ୍ୟର ସ୍ୱରୂପ, ସ୍ଥିତି ଓ ଆବଶ୍ୟକତା ଆଧାରିତ ପ୍ରଶ୍ନ କରିଥିବା ବେଳେ ଏଥିରେ ଓଡ଼ିଶା, କର୍ଣ୍ଣାଟକ, ଆସାମ,ବଙ୍ଗଳା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟର ଚାଳିଶ ଜଣ ଅନୁବାଦକ ଯୋଗଦେଇଥିଲେ। ଭାରତୀୟ ଅନୁବାଦ ସାହିତ୍ୟର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବାସହ ଚଳିତ ବର୍ଷ ଓଡ଼ିଶା ଏବଂ ଉତ୍ତର ଭାରତରେ ଜାତୀୟ ଅନୁବାଦକ ସମ୍ମିଳନୀ କରାଯିବା ସହ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଅନୁବାଦକଙ୍କ ପରିଚୟ ପୁସ୍ତକର ଦ୍ୱିତୀୟ ସଂସ୍କରଣ ବିଶ୍ୱ ଅନୁବାଦ ଦିବସ ଅବସରରେ ପ୍ରକାଶିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ। ଯୁବ ଅନୁବାଦିକା ଜୟଶ୍ରୀ ଦୋରା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସନାତନ ମହାକୁଡ଼ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.