ବିଧାୟକ ସୁଶାନ୍ତ ସିଂହ ଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଦାନ

ବଲାଙ୍ଗୀର : ବରଗଡ଼ ଜିଲ୍ଲା  ଭଟଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ୱର ଆପଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବଲାଙ୍ଗୀର ସହର ଇନ୍ଦିରା ନଗର ପଡା ବାସୀନ୍ଦା ସ୍ଥାନୀୟ ହନୁମାନ ମନ୍ଦିର ଠାରେ ୧ଠ୮ ଦୀପ ପ୍ରଜ୍ୱଳନ କରିଛନ୍ତି । ବିଧାୟକ ଶ୍ରୀ ସିଂହ ଶୀଘ୍ର ଆରୋଗ୍ୟ ଲାଭ କରି ପୁଣିଥରେ ବିଜେଡିର ସଂଗଠନରେ ନିଜକୁ ସାମିଲ କରନ୍ତୁ, ଭଗବାନ ତାଙ୍କୁ ଏହି ବିପଦରୁ ରକ୍ଷା କରନ୍ତୁ ବୋଲି ପଡାବାସୀ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ବଲାଙ୍ଗୀର ମୁନିସିପାଲିଟି ଉପାଧ୍ୟକ୍ଷା ଗାୟତ୍ରୀ ଭୋଇଙ୍କ ଆବାହକତ୍ୱରେ ପଡାର ଶହ ଶହ ମହିଳା ସଙ୍କଟମୋଚନ ହନୁମାନଙ୍କ ଠାରେ ଦୀପ ପ୍ରଜ୍ୱଳନ କରି ମନ୍ତ୍ରୀ ଶ୍ରୀ ସିଂହ ଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ।

Comments are closed.