ସୁବର୍ଣ୍ଣପୁର ରେ ଜାତିୟ କ୍ରିଡାଦିବସରେ ରାଜ୍ୟସ୍ତରୀୟ ମିନିମାରାଥନ ଦୌଡ , ବାଲେଶ୍ବର ର ମହିଳା ଓ ସୁବର୍ଣ୍ଣପୁର ର ପୁରୁଷ ପ୍ରତିଯୋଗୀ ପ୍ରଥମ।

 ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଅବସର ରେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗର ପ୍ରାୟ ୪୦୦ ଜଣ ପ୍ରତିଯୋଗୀ ଏହି ମିନି ମାରାଥନରେ ଭାଗ ନେଇଥିଲେ ।ଜିଲ୍ଲା ସଦର ମହକୁମା ନକଟସ୍ଥ ଝିଙ୍କି ଛକରୁ ଏହି ମିନି ମାରାଥନ ଦୌଡ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ , ବିଜୁ ପଟ୍ଟନାୟକ ଛକ ଦେଇ ଗାନ୍ଧୀ ପଡିଆ ଠାରେ ପହଂଚିଥିଲା । ଏହି ମାରାଥନ ଦୌଡକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଗାନ୍ଧୀ ପଡିଆରେ ଠାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ଜିଲ୍ଲା କ୍ରୀଡା ସଂଘ ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିଶିଷ୍ଠ ହକୀ ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ସୃତି ଉଦ୍ଦେଶ୍ୟରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ପୁରୁଷ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁବର୍ଣ୍ଣପୁର ଜିଲ୍ଲାର ଦୟାନିଧୀ ମୁଣ୍ଡା ଓ ମହିଳା ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ବାଲେଶ୍ବର ଜିଲ୍ଲାର ପୂଜା ବେହେରାଙ୍କୁ ଚାରିହଜାର ଟଙ୍କାର ଆର୍ଥିକ ରାଶି ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ତେବେ ଏଭଳି ମାରାଥନ ଦୌଡରେ ସାମିଲ ହୋଇ ଖେଳାଳୀମାନେ ବେଶ୍ ଖୁସୀ ଅନୁଭବ କରୁଥିବା ବେଳେ ଆୟୋଜକମାନେ ମଧ୍ୟ ବେଶ୍ ଉତ୍ସାହିତ ଥିଲେ ।

Comments are closed.