ଭାରି ପଡ଼ିଲା ପ୍ରଶଂସକଙ୍କ ଭଲପାଇବା; ଗାଡ଼ିରେ ପଶି ପାରିଲେନି ଅଭିନେତ୍ରୀ

ଇସ୍‌ଲାମ୍‌ବାଦ୍‌: ସେଲିବ୍ରେଟିମାନଙ୍କୁ ବାହାରେ ପାଇଗଲେ ସାଧାରଣ ଲୋକ ଘେରିଯିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ସେଲି‌ବ୍ରେଟି ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଶଂସକମାନେ ନିଜ ପ୍ରିୟ କଳାକାରଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିଲେ ସେମାନଙ୍କୁ ଘେରି ଯିବା ସହ ସେମାନଙ୍କ ସହ ସେଲ୍‌ଫି ନେବାରେ ଲାଗିପଡ଼ନ୍ତି। ମାତ୍ର ସବୁବେ‌ଳ ସମାନ ନଥାଏ, ବେଳେ ବେଳେ ପ୍ରଶଂସକମାନଙ୍କ ସ୍ନେହ, ଶ୍ରଦ୍ଧା ବି କଳାକାରଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ।

ସେପରି ଏକ ଅସୁବିଧାକୁ ସାମ୍ନା କରିଛନ୍ତି ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ହାନିଆ ଆମୀର। ଅଭିନେତ୍ରୀ ଏକ ଇଭେଣ୍ଟ୍‌ରୁ ବାହାରୁଥିବା ବେଳେ ତାଙ୍କର ଗୋଟାଏ ଝଲକ ପାଇବାକୁ ଏପରି ଲୋକ ଭିଡ଼ି ହୋଇଥିଲା ଯେ ସେ ସେଠାରୁ ବାହାରିବା ମୁସ୍‌କିଲ୍‌ ହୋଇ ପଡ଼ିଥିଲା। ସେ ଯେତେବେଳେ ତାଙ୍କ କାର୍‌ ଭିତରକୁ ପଶୁଥିଲେ ସେତେବେଳେ ତାଙ୍କୁ ଚାରି ପଟରୁ ଲୋକ ଘେରି ଯାଇଥିଲେ।

କେବଳ ସେତିକି ନୁହେଁ, ଲୋକେ ହାନିଆଙ୍କୁ ଧରିବାକୁ ଚେଷ୍ଟା କରିବା ସହ ତାଙ୍କ ସହ ଦୁର୍ବ୍ୟବହାର କରିବାକୁ ବି ପଛେଇ ନଥିଲେ। ଲୋକମାନଙ୍କ ଏପରି ଆଚରଣରେ ରାଗି ଯାଇଥିଲେ ଅଭିନେତ୍ରୀ। ଏପରିସ୍ଥିିିତିରେ ହାନିଆଙ୍କୁ ବାହାରକୁ କାଢ଼ିବା ସିକ୍ୟୁରିଟି ଗାର୍ଡଙ୍କ ପାଇଁ ବି ମୁସ୍‌କିଲ୍‌ ହୋଇ ଯାଇଥିଲା।

ସେହି ସମୟଣ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଲୋକଙ୍କର ଏପରି ଆଚରଣରେ ହାନିଆ ରାଗି ଯାଇଥିବା ତାଙ୍କ ମୁଖ ପ୍ରତିକ୍ରିୟାରୁ ଜଣାପଡ଼ିଛି।

Comments are closed.