ଭାରତୀୟ ଡାକରେ ଅଷ୍ଟମ ପାସ୍ ପାଇଁ ନିଯୁକ୍ତି: ଦରମା ୬୩ ହଜାର, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକ ପକ୍ଷରୁ ମେକାନିକ୍, ଇଲେକ୍ଟ୍ରିସିଆନ୍, ପେଣ୍ଟର, ୱେଲଡର୍ ଏବଂ କାରପେଣ୍ଟର ପୋଷ୍ଟ ପାଇଁ ନିଯୁକ୍ତି ବାହାରିଛି । ପ୍ରାର୍ଥୀମାନେ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନପତ୍ର ଦାଖଲ କରିବାକୁ ସକ୍ଷମ ହେବେ ।

ନିଯୁକ୍ତି ମାଧ୍ୟମରେ ମେକାନିକର ୧ ଟି ପୋଷ୍ଟ, ଇଲେକ୍ଟ୍ରିସିଆନର ୨, ପେଣ୍ଟରର ୧, ୱେଲଡରର ୧ ଏବଂ କାରପେଣ୍ଟରର ୨ ଟି ପଦ ପୂରଣ ହେବ । ଅନ୍ୟପକ୍ଷରେ, ସପ୍ତମ ବେତନ କମିଶନଙ୍କ ଲେଭଲ୍ ୨ ପେ ମ୍ୟାଟ୍ରିକ୍ସ ଅଧୀନରେ ମନୋନୀତ ପ୍ରାର୍ଥୀଙ୍କୁ ୧୯୯୦୦ ରୁ ୬୩୨୦୦ ଟଙ୍କା ମିଳିପାରେ ।

ଏଥିରେ ସାର୍ଟିଫିକେଟ୍ ଧାରକ କିମ୍ବା ୮ ମ ପାସ୍ ଥିବା ପ୍ରାର୍ଥୀମାନେ ଓ ଏଥିରେ ୧ ବର୍ଷ ଅଭିଜ୍ଞତା ରଖିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହା ସହିତ ମୋଟର ଯାନ ମେକାନିକ୍ ପୋଷ୍ଟଗୁଡିକ ପାଇଁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାଧ୍ୟତାମୂଳକ ରହିଛି ।

ଆହୁରି ପଢନ୍ତୁବୟସ ପରିସର:-
୧୮ ରୁ ୩୦ ବର୍ଷ ବୟସର ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

କିପରି ଆବେଦନ କରିବେ ?
ପ୍ରାର୍ଥୀମାନେ ବିଜ୍ଞପ୍ତିରେ ଦିଆଯାଇଥିବା ଫର୍ମାଟରେ ଆବେଦନ ଫର୍ମ ପୂରଣ କରି ଏହାକୁ ‘The Manager, Mail Motor Service, CTO compound, Tallakulam, Madurai-625002’କୁ ପଠାଇବାକୁ ପଡିବ । ଆବେଦନ ସ୍ପିଡ୍ ପୋଷ୍ଟ କିମ୍ବା ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ପଠାଯାଇପାରିବ । ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.indiapost.gov.in/VAS/Pages/Recruitment/IP_19092022_MMS_TN_Eng_01.pdf କୁ ଯାଇ ନିଯୁକ୍ତି ବିଜ୍ଞପ୍ତି ଦେଖିପାରିବେ ଏବଂ ସମସ୍ତ ତଥ୍ୟ ଯାଞ୍ଚ କରିପାରିବେ

Comments are closed.