୧୦ ରାଜ୍ୟ, ୧୦୦ ଗିରଫଦାରୀ : PFI ନେତାଙ୍କ ବିରୋଧରେ ବଡ଼ ଆକ୍ସନ୍‌

୧୦ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଗିରଫ କଲା NIA ଓ ED

ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡି‌ଆର କାର୍ଯ୍ୟାଳୟ ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ପକ୍ଷରୁ ଚାଲିଛି ରେଡ୍ । ଆତଙ୍କବାଦକୁ ସମର୍ଥନ, ଅର୍ଥ ଯୋଗାଣ, ଆତଙ୍କବାଦ ସଂଗଠନରେ ସାମିଲ ପାଇଁ ଟ୍ରେନିଂ କ୍ୟାମ୍ପ ଆୟୋଜନ କରିବା ଓ ସେଥିରେ ସାମିଲ ପାଇଁ ଲୋକଙ୍କୁ ମତାଇବା ଅଭିଯୋଗରେ ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚାଲିଛି ଚଢଉ । ଏନଆଇଏ ଓ ଇଡିର ଟିମ୍ ୧୦ଟି ରାଜ୍ୟରେ ଏକକାଳୀନ ଚଢଉ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପିଏଫଆଇର ୧୦୦ଜଣରୁ ଅଧିକ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପିଏଫଆଇ ସଭାପତି ପରଭେଜ ଅହମ୍ମଦଙ୍କୁ ମଧ୍ୟ ଦିଲ୍ଲୀରୁ ଏନଆଇଏ ଗିରଫ କରିଛି ।

NIA ୟୁପି, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ସମେତ ଅନେକ ରାଜ୍ୟରେ PFI ଏବଂ ଏହାର ସଂପୃକ୍ତ ସ୍ଥାନରେ ଚଢ଼ାଉ କରିଛି । ବହୁ ସଂଖ୍ୟକ PFI ଏବଂ ଏସଂପୃକ୍ତ ଲୋକଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ଏନଆଇଏ ପୂର୍ବରୁ ସୂଚନା ପାଇଥିଲା । ଆଉ ସୂଚନା ଆଧାରରେ ଅନୁସନ୍ଧାନକାରୀ ସଂସ୍ଥା ଆଜି ଏକ ବଡ଼ ଧରଣର ଆକ୍ସନ୍‌ ନେଇଛି । ତେବେ ମାଙ୍ଗାଲୁରୁରେ ଏନଆଇଏ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏଥିପାଇଁ କର୍ଣ୍ଣାଟକ ପୋଲିଲିସ ପିଏଫଆଇ ଏବଂ ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖିଛି ।

୧୦ଟି ରାଜ୍ୟରେ ଚାଲିଥିବା ଚଢ଼ଉ‌ରେ ପ୍ରାୟ ୨୦୦ ଜଣ ଏଏନ୍‌ଆଇ ଅଧିକାରୀ ସାମିଲ ହୋଇଛନ୍ତି । ଏହା ହେଉଛି ଦେଶରେ ପିଏଫ୍‌ଆଇ ଓ ତା’ର ସମ୍ପୃକ୍ତି ଥିବା ସ୍ଥାନଗୁଡ଼ିକ ଉପରେ ସବୁଠୁ ବଡ଼ଧରଣର ଚଢ଼ଉ । ବୁଧବାର ମଧ୍ୟରାତ୍ରୀରେ NIA ଏବଂ ED ହଠାତ୍ ମାଲାପୁରମ୍ ଜିଲ୍ଲାର ମଞ୍ଜେରୀ ଠାରେ PFI ସଭାପତି ଓଏମଏ ସଲାମଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ଜାରି ରହିଥିବା ବେଳେ PFI କର୍ମଚାରୀମାନେ ଏହାକୁ ବିରୋଧ କରିଛନ୍ତି । ଅଧ୍ୟକ୍ଷଙ୍କ ଘର ବାହାରେ ଶହ ଶହ କର୍ମକର୍ତ୍ତା ଏକାଠି ହୋଇଛନ୍ତି । ଚଢଉକୁ ବିରୋଧ କରି ପିଏଫ୍ଆଇ ସଂଗଠନର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଛନ୍ତି । ପିଏଫଆଇ ସଂଗଠନ ଅବହେଳିତ ମାନଙ୍କ ସଶକ୍ତିକରଣ ପାଇଁ ପ୍ରୟାସ କରୁଥିବା ଦାବି କରି ଆସୁଛି । ଏହା ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା ।

ଏହାପୂର୍ବରୁ ସେପ୍ଟେମ୍ବର ୧୮ରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୨୩ ଟି ସ୍ଥାନ ଉପରେ ଏନଆଇଏ ଚଢ଼ଉ କରିଥିଲା । କରାଟେ ଟ୍ରେନିଂ ସେଣ୍ଟର ନାମରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଏକ ଟ୍ରେନିଂ କ୍ୟାମ୍ପ ଚଳାଇବା ମାମଲାରେ ଚଢ଼ଉ କରାଯାଇଥିଲା । ନିଜାମବାଦ, କୁରୁନୁଲ, ଗୁଣ୍ଟୁର ଏବଂ ନେଲୋର ଜିଲ୍ଲାରେ ଏନଆଇଏ ରେଡ୍ କରିଥିଲା ।

Comments are closed.