ଛତ୍ରପୁର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ

ଛତ୍ରପୁର: ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ ହୋଇଛି । ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି । ସୂଚନା ମୁତାବକ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେବା ପାଇଁ ଯାଇଥିବା ବେଳେ ଆଜି ଭୋର୍ ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

ତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଛତ୍ରପୁର ବିଧାୟକ ଥିଲେ । ପୂର୍ବରୁ ସିପିଆଇ ଦଳରେ ଆଦିକନ୍ଦ ଥିବା ବେଳେ ପରେ ବିଜେଡିରେ ଯୋଗଦେଇଥିଲେ । ତାଙ୍କ ବିୟୋଗରେ ଛତ୍ରପୁରରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟ ରାଜନୀତି ଆଉ ଜଣେ ପୂର୍ବତନ ବିଧାୟକଙ୍କୁ ହରାଇଛି ।

Comments are closed.