ଭାରତର ରୋମାଞ୍ଚକର ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ମୋହାଲି : ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୫ୱିକେଟରେ ହରାଇଛି ଭାରତ। ଓପେନିଂ ଯୋଡ଼ିରେ ୧୪୨ରନ ସଂଗ୍ରହ କରିଛନ୍ତି ଋତୁରାଜ ଓ ଶୁବମନ। ଋତୁରାଜ ୭୧, ଶୁବମନ ୭୪, ରାହୁଲ୬୮ ଓ ସୂର୍ଯ୍ୟଙ୍କ ୫୦ ରନ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆର ୨୭୬ ରନ ଜବାବରେ ଭାରତ ୨୮୧/୫। ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଦେଇଛି ଭାରତ। ଏହା ସହିତ ଦିନିକିଆ ସିରିଜରେ ୧-୦ରେ ଭାରତ ଆଗୁଆ ହୋଇଛି।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୭୬ରନ କରିଥିଲା। ଫଳରେ ବିଜୟ ପାଇଁ ଭାରତ ଆଗରେ ୨୭୭ର ଲକ୍ଷ୍ୟ ରହିଥିଲା। ୨୭୭ରନର ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଶୁଭମନ ଗିଲ ପ୍ରଥମ ୱିକେଟ ଯୋଡ଼ିରେ ୧୪୨ରନ କରି ବିଜୟ ପାଇଁ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ । ଗାଇକ୍ବାଡ ୭୧ ଓ ଗିଲ ୭୪ରନ କରି ଆଉଟ ହୋଇଥିଲେ। ସେହିପରି କେଏଲ ରାହୁଲ ୫୮ ରନ ଓ ସୂର୍ଯ୍ୟକୁମାର ୫୦ରନର ଯୋଗଦାନ ଦେଇ ଦଳ ପାଇଁ ବିଜୟ ଆଣିଦେଇଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ୱାର୍ଣ୍ଣର ୫୨ରନ, ଜୋସ ଇଂଗଲିସ ୪୫ରନ, ଷ୍ଟିଭ ସ୍ମିଥ୍ ୪୧ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସମି ୫ ୱିକେଟ ନେଇଥିଲେ ,

Comments are closed.