ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ବାରିପଦା ମେଡ଼ିକାଲ କଲେଜ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହଷ୍ଟେଲ ରୁମର ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଡାକ୍ତର ସଚିନ ସାହୁ ଓ ପ୍ରଥମ ବର୍ଷ ହାଉସ ସର୍ଜନ ଥିଲେ। ମୃତ୍ୟୁର କାରଣ ଜଣାପଡ଼ିନି। କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି। ସଚିନ ସାହୁ ଡାକ୍ତରୀ ପଢ଼ା ଶେଷ କରିବା ପରେ ହାଉସ ସର୍ଜନ ଭାବରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ।

ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ଡାକ୍ତର ସଚିନ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଘର କେନ୍ଦୁଝରରେ ବୋଲି ଜଣାପଡ଼ିଛି। ଆଜି ସକାଳେ ମେଡିକାଲର ସର୍ଜରୀ ୱାର୍ଡରେ ନିଜ କାର୍ଯ୍ୟ ଶେଷ କରି ସେ ହଷ୍ଟେଲକୁ ଫେରି ତାଙ୍କ ରୁମ୍‌ରେ ବିଶ୍ରାମ ନେଉଥିଲେ। ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କିଛି ଡାକ୍ତରୀ ଛାତ୍ର କବାଟ ଭାଙ୍ଗିବା ପରେ ସେମାନେ ଡାକ୍ତର ସଚିନ ସାହୁଙ୍କୁ ତାଙ୍କ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଖବର ପାଇ ବାରିପଦା ସଦର ଥାନା ପୁଲିସ ମେଡିକାଲ କଲେଜ ପରିସରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.