ଭୁବନେଶ୍ୱର : ୧୭/୯/୨୨-ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଦିଗବିଜୟ ସିଂ ଓ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୟରାମ ରମେଶ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଲେ।ଆସନ୍ତାକାଲି ପୂର୍ବାହ୍ନ ରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କଂଗ୍ରେସ ନେତୃମଣ୍ଡଳୀ ମାନଙ୍କ ବୈଠକରେ “ଭାରତ ଯୋଡ ଯାତ୍ରା- ଓଡିଶା” ସମ୍ପର୍କରେ ବିଚାର ବିମର୍ଶ କରିବେ । ଏହାପରେ ଠିକ୍ ଦିବା ୧୨ ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେବେ।ଏଥି ସାଙ୍ଗକୁ ଗଣମାଧ୍ୟମ ବିଭାଗର ଏକ ସ୍ବତନ୍ତ୍ର ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମର ରହିଛି ବୋଲି ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.