ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

ବ୍ରହ୍ମପୁର : ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରବିବାର ବଢ଼ି ଭୋରରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ସହର ଉପକଣ୍ଠ ଅଙ୍କୁଶପୁର ଛକରେ ଛକି ରହିଥିବା ବେଳେ ଗୋଟିଏ ଟାଟା ଇଣ୍ଡିଗୋ କାରକୁ ଅଟକାଇ ଥିଲେ। କିନ୍ତୁ ଗାଡ଼ିକୁ ଅଟକାଇ ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଅଜଣା ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଅଟକ କାର୍ କୁ ଯାଞ୍ଚ କରିବା ବେଳେ ଭିତରେ ଥିବା ୬୦ କିଲୋ ଗଞ୍ଜେଇ ଜବତ କରିଥିଲେ। ଗାଡ଼ିକୁ ଜବତ କରାଯାଇଥିବା ବେଳେ ଯାଞ୍ଚ ପରେ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଅବକାରୀ ଗୋଇନ୍ଦା ବିଭାଗ ଡିଏସପି ଙ୍କ ଠାରୁ ସୁଚନା ମିଳିଛି।

Comments are closed.