ଗୁରୁଡିଝାଟିଆ: ଆଠଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଗୁରୁଡିଝାଟିଆ ଓ କୋତର ଶବର ସାହିରେ ବରିଷ୍ଠ ନାଗରିକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଅନୁଷ୍ଠାନର ସଭାପତି ସମାଜସେବୀ ମାନସ ବସ୍ତିଆ ଅଭାବୀ ବରିଷ୍ଠ ନାଗରିକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିବା ସହିତ ଶୀତରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କରିଥିଲେ। ଆଗାମୀ ଦିନରେ ମଞ୍ଚ ତରଫରୁ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରାଯିବାପାଇଁ ପ୍ରତିଶୃତି ଦେଇଥିଲେ। ଓରନ୍ଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତ,ନବେଢା ବରିଷ୍ଠ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ଜଗନ୍ନାଥ ଧଳ କମ୍ବଳ ବଣ୍ଟନ କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.