ରାଜ୍ୟସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ର ଦ୍ଵିତୀୟ ଦିନ ରେ ମଞ୍ଚସ୍ଥହେଲା ତିନୋଟି ନାଟକ

ସୁବର୍ଣ୍ଣପୁର- ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ର ଆଜି ଦ୍ଵିତୀୟ ଦିନ ରେ ମଞ୍ଚସ୍ଥ ହୋଇଛି ୩ଟି ନାଟକ। ମଞ୍ଚସ୍ଥ ନାଟକ ର ସମସ୍ତ ଦୃଶ୍ୟ ରେ ଦର୍ଶକଙ୍କ ବିଭୋର ପଣ ଦେଖି ବାକୁ ମିଳିଛି। ମିରର୍ ଥିଏଟର ବେଲପାହାଡ଼ ର “ପାଚେନ୍” ଏବଂ ବଡକର୍ଲେ ସୁବର୍ଣ୍ଣପୁର ବିଣାପାଣି ସାହିତ୍ୟ କଳା ସଂସଦ ପକ୍ଷରୁ ପରିବେଷିତ “ଟୁକୁ”ଓ ସମ୍ବଲପୁର ର ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ପରିବେଷିତ ନାଟକ “ଭାବରୁ ଅଭାବ” ନାଟକ ର ଭିନ୍ନ ଭିନ୍ନ ସାମାଜିକ ବାର୍ତ୍ତାକୁ ନେଇ ପରିପୃଷ୍ଟ ହୋଇ ସମସ୍ତ ନାଟକ ଗତିଶୀଳ ହୋଇଛି । ନିର୍ଦ୍ଦେଶକ ସୁବାଷ ପଧାନଙ୍କ ନିର୍ଦ୍ଦେଶନାରେ ପରିବେଷିତ ନାଟକ ପାଚେନ୍ ରେ ବର୍ତ୍ତମାନ ର ଚାଷୀ ଯେଭଳି ସମସ୍ତଙ୍କର ଅଲୋଡା ହୋଇପଡି ନିଜକୁ ବହୁ ଅସହାୟତା ବୋଧ ହୋଇ ନିଜକୁ ଅସୁରକ୍ଷିତ ମଣି ଆତ୍ମହତ୍ୟା କରିବା ଭଳି ଏକ ଚରମ ନିଷ୍ପତ୍ତି ନେଉଛି। ଚାଷ କାମ ଯାହାର କି ଆନନ୍ଦ ତାହାର ଉକ୍ତି ସବୁ ଯେପରି ତାକୁ ତାତ୍ସଲ୍ୟ କରୁଛି। ଦୁନିଆଁ ମୁହଁ ରେ ଆହାର ଦେବାକୁଯାଇ ଚାଷୀ ଟିଏ ମାଟିସହ ମାଟିହୋଇ କ୍ଷେତରେ ସୁନା ଫଳାଏ ସିନା ହେଲେ ସେ ଆଜି ଅପଦସ୍ତ, ଅବହେଳିତ।ଉଜୁଡି ଯାଉଛି ତାର କ୍ଷେତ,ହଳ, ଲଙ୍ଗଳ ଭାଙ୍ଗିଯାଇଛି ତାର ପାଞ୍ଚଣ (ପାଚେନ୍) ଯେଉଁ ପାଞ୍ଚଣ ର ତାକତ ରେ ସେ ଅନ୍ନ ଯୋଗାଉଥିଲା ଆଜି ତାହା ନିସ୍ତେଜ ହୋଇଯାଇଛି। କେବେ ବଦଳିବ ଚାଷୀ ର ଏ ଅବସ୍ଥାଓ ଦୁର୍ଦ୍ଦଶା ଏମିତି କିଛି ଦୃଶ୍ୟ କୁ ନେଇ ଏ ନାଟକ ପାଚେନ୍ ର ସୃଷ୍ଟି। ଯେତେଦିନ ପର୍ଯ୍ୟନ୍ତ ଚାଷୀ ତାର ପାଚେନ୍ ରେ ଏ ସମସ୍ତ ବ୍ୟବସ୍ଥା କୁ ପ୍ରହାର କରି ଏ ଦୁର୍ନୀତି ଗ୍ରସ୍ତ ସମାଜ ସରକାର ଉପରେ ତାର ପ୍ରଭାବ ର ପ୍ରହାର ନକରିଛି ସେତେଦିନ ପର୍ଯ୍ୟନ୍ତ ଲାଞ୍ଚିତ ନିଷ୍ପେସିତ ହିଁ ହେଉଥିବ।ଏଣୁ ଏହି ପାଚେନର ତାକତ କୁହିଁ ଚାଷୀ ବୁଝିବାକୁ ପଡିବ ଯେକି ଫେରାଇଆଣି ପାରିବ ତାର ଇଜ୍ଜତ ମାନସମ୍ମାନ ସବୁକିଛି ସେହିଭଳି ଦ୍ଵିତୀୟ ନାଟକ ଟୁକୁ ରେ ସମାଜରେ ନିଃସନ୍ତାନ ହେବାର ଦୁଃଖ ରେ ଜର୍ଜରିତ ବୃଦ୍ଧ ଦମ୍ପତି ସମାଜର ବିଭିନ୍ନ ବର୍ଗରୁ ଟାହିଟାପରା ସହ୍ୟ କରିନପାରି ସହରକୁ ପଳାଇଯାଇଛନ୍ତି ସିନା ସେଠାରେ ମଧ୍ୟ ସେମାନେ ନିସନ୍ତାନିର ପିଡା ଭୁଲିନପାରି ସେଠାରେ ବିଭିନ୍ନ୍ ପର୍ଯ୍ୟାୟ ରେ ଚାରିଟା ପିଲାକୁ ଆପଣେଇଛନ୍ତି। ହେଲେ ଭଗବାନଙ୍କ ଲୀଳା ବିଚିତ୍ର। ପରବର୍ତ୍ତୀ ସମୟରେ ଗାଁ ରେ ଟାହିଟାପରା କରୁଥିବା ମୁଖିଆର ଚାରିଟି ସନ୍ତାନଥିବା ସତ୍ତ୍ବେ ସମସ୍ତ ଙ୍କ ଠାରୁ ଅଲଗା ରହି ବୃଦ୍ଧା ଶ୍ରମ ରେ ଆଶ୍ରୟ ନେଇଛନ୍ତି ଏହିପରି ନାଟକ ଜରିଆରେ ଏକ ସୁନ୍ଦର ଶିକ୍ଷଣୀୟ ବାର୍ତ୍ତା ରହିଛି । ଠିକ ସେହିପରି ସମ୍ବଲପୁର ର ଭାବରୁ ଅଭାବ ନାଟକରେ ମଣିଷର ମଣିଷପଣିଆ ଏବଂ ମଣିଷ ଭିତରେ ଥିବା ଦେବଗୁଣକୁ ଉଜ୍ଜୀବିତ ରଖି ସମାଜ ପ୍ରେରିତ କରିବାକୁ ନାଟକର ମୁଖ୍ୟ ନାୟକ ଚରିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ଏହି ନାଟ ମହୋତ୍ସବକୁ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଏସପି ଅମରେଶ ପଣ୍ଡା ଅତିଥି ଭାବେ ଯୋଗଦେଇ ବର୍ଷିୟାନ କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିଚାରଣ ପୂର୍ବକ ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପୁରୁଣା ଓ ବଳିଷ୍ଠ ବୋଲି କହିଥିଲେ । ନାଟକ ମହୋତ୍ସବର ଆଜି ସଂଧ୍ୟାରେ ମୁଖ୍ୟ ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକ, ଅଧ୍ୟକ୍ଷ ଅରବିନ୍ଦ ବାରିକ,ସମ୍ପାଦକ ଦିଲୀପ ପାତ୍ର, କୋଷାଧ୍ୟକ୍ଷ ନିଶାନ୍ତ ମହାନ୍ତି,ସାନନ୍ଦ ବାରିକ , ଜଗନ୍ନାଥ ଧରୁଆ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇ ସ୍ୱର୍ଗତ ପୁରନ୍ଦର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଜିଲ୍ଲା ର ବିଶିଷ୍ଟ ସାହାନାଇ ବାଦକ ଫକିର ମୋହନ ପଧାନ ମାଙ୍ଗଳିକ ପରିବେଷଣ କରିଥିଲେ। ପୁରନ୍ଦର ବାରିକ ସ୍ମୃତି କମିଟି ପକ୍ଷରୁ ଗତକାଲିଠାରୁ ଆରମ୍ଭ ହୋଇଥିବା ନାଟକ ମହୋତ୍ସବ ୩ଦିନ ଧରି ହେବାକୁ ଥିବାବେଳେ ପଶ୍ଚିମ ଓଡିଶାର ପ୍ରମୁଖ ମୋଟ ୮ଟି ନାଟ୍ୟ ସଂସ୍ଥା ପକ୍ଷରୁ ନାଟକ ପରିବେଷିତ ହେବ ।

Comments are closed.