ବଡ ଧୁମ ଧାମ ରେ ଉଦଘାଟିତ ହୋଇଯାଇଛି ୩୫ ତମ ଲାଲମନି କ୍ରିକେଟ ଫେଷ୍ଟ ା

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଗାନ୍ଧୀ ପଡିଆ ଠାରେ ୩୫ ତମ ଲାଲମନି କ୍ରୀକେଟ ଟୁର୍ଣ୍ଣାମେଣ୍ଟବଡ ଧୁମଧାମରେ ଉଦଘାଟିତ ହୋଇଯାଇଛି । ଉଦଘାଟନି ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ,ସୋନପରୁ ପୈାରାଧକ୍ଷା ତାମସି ତାମସ୍ମୀତା ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ୩୫ତମ ଲାଲମନି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଲୋଗୋ ଓ ଟ୍ରଫୀକୁ ଉନ୍ମୋଚନ କରାଯାଇଛି । ଏଥର ନୂଆ ରୂପରେ ଜମିବ ଲାଲମନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ।ପ୍ରଥମ ଥର ପାଇଁ ଟର୍ଫ ପିଚରେ ଆଜିଠାରୁ ୨୮ତାରିଖ ପର୍ଯ୍ୟନ୍ତ ଦେଶର ବହୁ ବଡ ବଡ ଦଳ ଏହି ଟୁର୍ଣ୍ଣାମେଣ୍ଟରେ କ୍ରୀକେଟ ଖେଳର ଧୁମ ଦେଖାଇବେ । କୋଲକାତା , ନାଗପୁର ,ରାଞ୍ଚି ଓ ଦିଲ୍ଲୀ ଭଳି ୯ଗୋଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଆଜି ପ୍ରଥମ ଦିନରେ ନବଜିତ କ୍ରୀକେଟ କ୍ଲବ ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଟିମ ମଧ୍ୟରେ ପ୍ରଥମ ମ୍ୟାଚ ଖେଲାଯିବ । ତେଣୁ କ୍ରୀକେଟ ପ୍ରେମିଙ୍କ ସହ ଆୟୋଜକ ମଧ୍ୟ ବେସ ଖୁସି ଅଛନ୍ତି ।

Comments are closed.