ଭୁବନେଶ୍ବର: ଆଣ୍ଟିକ ମ୍ୟାଜିକ ମିରର ବିକ୍ରି ନାଁରେ ବଡ଼ଧରଣର ଠକେଇ ହୋଇଛି। ଇଷ୍ଟ ଇଣ୍ଡିଆ କମ୍ପାନୀ ମିରର୍ କହି ଲୋକଙ୍କୁ ଠକମାନେ ଚୁନା ଲଗାଇଛନ୍ତି। ମ୍ୟାଜିକ ମିରର୍ ଆଗରେ କପଡା ପିନ୍ଧି ଠିଆ ହେଲେ ମଧ୍ୟ ମିରର୍ ରେ ଉଲଗ୍ନ ଦେଖାଯିବ। ମିରର୍ର ଆଉ ଟିକେ ନିକଟତର ହେଲେ ଶରୀର ଭିତର ମାଂସ ହାଡ଼ ଦେଖାଯିବ ଓ ପୁରା ନିକଟତର ହେଲେ ମଣିଷ ଗାୟବ ହେଇଯିବ ବୋଲି କହି ଲୋକଙ୍କୁ ଆକର୍ଷିତ କରୁଥିଲେ। ଏହି ମିରର୍ କିଣିଲେ କୋଟି କୋଟି ଟଙ୍କା ଲାଭ ହେବ ବୋଲି ପ୍ରଲୋଭନ ଦେଉଥିଲେ। ନୟାପଲ୍ଲୀ ଥାନା ପୁଲିସ ୩ ଜଣ ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗର ପାର୍ଥ ସିଂଘରେ, ମଳୟ ସରକାର ଓ ସୁଦୀପ୍ତ ସିହ୍ନା ରାୟ। ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ଠାରୁ କାର, ୨୮ ହଜାର ଟଙ୍କା, ବ୍ୟାଙ୍କ ଏଗ୍ରିମେଣ୍ଟ ପେପର ଜବତ କରିଛି। କାନପୁରର ଅବିନାଶ ଶୁକ୍ଳା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଲୋଭର ବଶବର୍ତ୍ତୀ ହେଇ ମିରର ପାଇଁ ୯ ଲକ୍ଷ ଟଙ୍କା ଆଡ଼ଭାନ୍ସ ଦେଇଥିଲେ ଅବିନାଶ। ଡିଲ ବେଳେ ମାଡିବସିଲା କମିସନରେଟ ପୁଲିସ। ଖୁବଶୀଘ୍ର ଗ୍ରୁପର୍ ଅନ୍ୟ ସଦସ୍ୟଙ୍କୁ ଧରିବାକୁ କମିସନରେଟ ପୁଲିସର ଛାନଭିନ ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.
Comments are closed.