ନୁଆଗଡ/ ୧୫. ନଭେମ୍ବର/ମନୋଜ କୁମାର ପାଢୀଙ୍କ ରିପୋର୍ଟ: ନୂଆଗଡ଼ ସ୍ଥିତ ବାବାସାହେବ ଆମ୍ବେଦକର ଡିଗ୍ରୀ କଲେଜର ସାମଗ୍ରିକ ବିକାଶ ଏବଂ ଶୈକ୍ଷିକ ପରିବେଶର ଉନ୍ନତି ପାଇଁ ଏକ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ଏହି ନୂତନ ପରିଚାଳନା କମିଟିର ସଭାପତି ଭାବେ ଇତୋ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଥିବା ବେଳେ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ଲିମ୍ମା ସଚିବ ଭାବେ ଦାୟିତ୍ୱ ତୁଲାଇବେ। ନୂତନ କମିଟିର ପ୍ରଥମ ବୈଠକରେ କଲେଜ ଜମିର ସ୍ୱତ୍ୱାଧିକାର ସ୍ପଷ୍ଟ କରିବା ଠାରୁ ଆରମ୍ଭ କରି ଭିତ୍ତିଭୂମିର ବିକାଶ, ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଭବିଷ୍ୟତର ଉନ୍ନୟନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।

ଏହି ପରିଚାଳନା କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ମୁକୁନ୍ଦ ଗାଁନାୟକ, ଅଧ୍ୟାପିକା ରାଜକୁମାରୀ ମଲ୍ଲିକ, ବରିଷ୍ଠ କିରାଣୀ ନରେଶ କୁମାର ପାଢ଼ୀ, ବିଧାୟକ ପ୍ରତିନିଧି ପୁରୁଷୋତ୍ତମ ପାଣିଗ୍ରାହୀ, ବିଜେପି ମଣ୍ଡଳ ସଭାପତି ଦୂର୍ଯ୍ୟୋଧନ ପାଇକ, ଜିଲ୍ଲା ପରିଷଦ ସଦସ୍ୟ ରାଜୀବ ଦୋରା, ସମାଜସେବୀ ସୁନୀଲ ସିଂହ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତୀ ପ୍ରଧାନ ଏବଂ ତାବରଡ଼ା ସରପଞ୍ଚ ତବିତା ବେହେରଦଳାଇ
ସାମିଲ ଅଛନ୍ତି।
ବୈଠକ ଅବସରରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂତନ କମିଟିର ସମସ୍ତ ସଦସ୍ୟଙ୍କୁ ଉପଢ଼ୌକନ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।