ରାଉରକେଲା (୧୫/୧୧): ସେକ୍ଟର – 16ଠାରେ ସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲରେ ଶିଶୁଦିବସ ପାଳନ ସହ ଚିତ୍ରକଳା, କ୍ରାପଟ, ସମାଜ ବିଜ୍ଞାନ, ବିଜ୍ଞାନ, ସାହିତ୍ୟ ଓ ଗଣିତ ପ୍ରଦର୍ଶନୀକୁ ରାଉରକେଲା ଇସ୍ପାତ କାରଖାନାର ସୁରକ୍ଷା ବିଭାଗୀୟ ମୁଖ୍ୟ, ମହାପ୍ରବନ୍ଧକ ଶ୍ରୀଯୁକ୍ତ ଅବକାଶ ବେହେରା ଦୀପ ପ୍ରଜ୍ଜଳନ କରି ସ୍କୁଲର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ପରେ ସମସ୍ତେ ସମବେତ କଣ୍ଠରେ ବେଦମନ୍ତ୍ର ଓ ପ୍ରାର୍ଥନା କରିଥିଲେ l ଶ୍ରୀଯୁକ୍ତ ବେହେରା ଚିତ୍ରକଳା, କ୍ରାଫ୍ଟ, ମଡେଲ କାର୍ଯ୍ୟଗୁଡିକ ବୁଲି ଦେଖି ପିଲାମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ପ୍ରେରଣା ଦେଇଥିଲେ l ଅଧ୍ୟୟନ ମାଧ୍ୟମରେ ହିଁ ଜ୍ଞାନର ପରିସୀମା ବୃଦ୍ଧି ପାଇବ ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ l



ଚିତ୍ରକଳାଗୁଡିକୁ ଚିତ୍ରକଳାର ମୂଲ୍ୟାଙ୍କନ ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଓ କ୍ରାପ୍ଟ ପାଇଁ କ୍ରାଫ୍ଟ ଶିକ୍ଷୟିତ୍ରୀ ସୁନିତା ନାଏକ କରିଥିଲେ l ପାର୍ଶ୍ଵ ବିଦ୍ୟାଳୟରୁ ଆମନ୍ତ୍ରିତ ଶିକ୍ଷକମାନେ ବିଭିନ୍ନ ବିଭାଗରେ ମୂଲ୍ୟାୟନ କରିଥିଲେ ଏବଂ ପ୍ରଶଂସା କରିଥିଲେ l ସ୍କୁଲର ସମସ୍ତ ଶିକ୍ଷକ ଶିକୟିତ୍ରୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁପରିଚାଳିତ ହୋଇଥିଲା l ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେଶ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ସଫଳ ରୂପାୟନ ହୋଇଥିଲା l
ରିପୋର୍ଟ-ସନାତନ ମହାକୁଡ଼