ଜୟ ଜୟ ଲିଙ୍ଗରାଜ

ଅର୍ଜୁନୀ ଚରଣ ବେହେରା

ଲିଙ୍ଗମଧ୍ୟେ ରାଜା ଲିଙ୍ଗରାଜ ଲିଙ୍ଗେଶ୍ୱର l
ଭୁବନେଶ୍ୱରରେ ରାଜେ ଭୁବନ ତୁମ୍ଭର ll
ଉତ୍କର୍ଷ କଳାର ଦେଶ ଉତ୍କଳରେ ଆସି l
ଏକାମ୍ରକାନନ ବାସ ପ୍ରଭୁ ଦେବ କାଶି ll
ନାନା ତୀର୍ଥୁ ବିନ୍ଦୁବିନ୍ଦୁ ଆଣି ତୀର୍ଥନୀର l
ତୀର୍ଥ ସିନ୍ଧୁ ନିର୍ମାଣିଛ ବିନ୍ଦୁ ସରୋବର ll
ବିନ୍ଦୁସରେ ସ୍ନାନମାତ୍ରେ ପାତକ ପଳାଇ l
ପୁଣ୍ୟ ବାଞ୍ଛନ୍ତି ଶ୍ରଦ୍ଧାଳୁ ପିତୃ ପିଣ୍ଡ ଦେଇ ll
ଶ୍ରୀଅନନ୍ତ ବାସୁଦେବ କୂଳେ ତାଙ୍କ ବାସ l
ଅନନ୍ତ ଶଯ୍ୟାରେ ଶାୟୀ କମଳାବିଳାସ ll
କୃତ୍ତି,ବାସ ଦୈତ୍ୟ ବଧି ମାତା ବିଶ୍ୱମ୍ଭରା l
ସାକ୍ଷୀ ରହିଅଛି ସର ଦେବୀ ପାଦହରା ll
ଅଶୋକାଷ୍ଟମୀ ଯାତରା ଭୁବନ ବିଖ୍ୟାତ l
ରୁକୁଣା ରଥକୁ ପଥେ ଚାହିଁ ଥାନ୍ତି ଭକ୍ତ ll
ଉତ୍କଳନରେଶ ରାଜା ଲଲାଟକେଶରୀ l
ଦିବ୍ୟ ମନ୍ଦିର ଗଢ଼ିଲେ ଅତି ଯତ୍ନ କରି ll
ଉତ୍କଳ କୁଶଳୀ ଶିଳ୍ପୀ ନିହାଣ ମୁଗୁରେ l
ଅମରକଳା ଗଢ଼ିଲେ ଅମ୍ଲାନ ବିଶ୍ୱରେ ll
ଜୟଜୟ ଲିଙ୍ଗରାଜ ପ୍ରଭୁ ଆଶୁତୋଷ l
ସଙ୍ଗେ ରହିଛନ୍ତି ପୁତ୍ର କାର୍ତ୍ତିକ,ଗଣେଶ ll
ନମଃ ହିମବନ୍ତଜେମା ଉମା ହୈମବତୀ l
ଶିବ ପରିବାର ପଦେ କୋଟିଏ ପ୍ରଣତି ll
🙏🙏🙏
ଅର୍ଜୁନୀ
————
ମୋ -୭୬୯୩୦୯୧୯୭୧

Comments are closed.