କଟକ : ବନ୍ୟା ବାତ୍ୟା ଓଡ଼ିଶାର ଚିର ସହଚର । ଗତ କିଛି ଦିନର ଲଘୁଚାପ ଜନୀତ ବର୍ଷା ଓଡ଼ିଶା ତଥା କଟକ ସହରର ବହୁ ଅଞ୍ଚଳକୁ ଜଳମଗ୍ନ କରିଛି । ସହରବାସୀ ଅନେକ ଅସୁବିଧା ଦୁର୍ଦ୍ଦଶା ଅନୁଭବ କରିଛନ୍ତି । ଏହି ଅଭାବ ଅସୁବିଧା ସହରର ତଳି ଅଞ୍ଚଳ ତଥା ନଦୀକୂଳରେ ରହୁଥିବା ବସ୍ତିବାସିନ୍ଦା ପ୍ରତି ଦାଉ ସାଧିଛି । ଏହି ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ଓଡ଼ିଶା ନାରୀସେବା ସଂଘ ପକ୍ଷରୁ ସଂଘର ସଭାନେତ୍ରୀ ଏବଂ ସଂପାଦିକାଙ୍କ ନେତୃତ୍ୱରେ ଓଡ଼ିଶା ନାରୀସେବା ସଂଘର ହଲ୍ ସଂପାଦିକା ମଞ୍ଜୁ ସିଂ, ସଂଗଠନ ସଂପାଦିକା ମୀରା ବେଉରା, ପଦ୍ମଜା ତ୍ରିପାଠୀ, ଗୀତାଶ୍ରୀ ଦାସ, ନଳିନୀ ଦାଶ ଏବଂ ବୈଜୟନ୍ତୀ ମାଲା ଖଟୁଆ ସହରର କାଠଯୋଡ଼ି ଏବଂ ନରାଜ ତଥା ଧବଳେଶ୍ୱର ନଦୀବନ୍ଧରେ ବାସ କରୁଥିବା ବନ୍ୟାଦ୍ୱାରା ପ୍ରଭାବିତ ହୋଇଥିବା ବସ୍ତି ଅଞ୍ଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼ ଏବଂ ମହିଳା ତଥା ଯୁବତୀ ମାନଙ୍କ ପାଇଁ ସାନିଟାରୀ ବ୍ୟବହୃତ ପଦାର୍ଥ ବଣ୍ଟନ କରିଥିଲେ । ଏଥିସହ ସେମାନଙ୍କର ଅଭାବ ଅସୁବିଧା ତଥା ସରକାରୀ ସାହାଯ୍ୟ ସହଯୋଗ ପାଇପାରୁଛନ୍ତି କି ନାହିଁ, ପଚାରି ବୁଝିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.