କୁଲିଆବନ୍ଧାରେ ଆଜାଦି କି ଅମୃତ ମହୋତ୍ସବ ପାଳିତ

ନୂଆପଡ଼ା :  କୁଲିଆବନ୍ଧା – ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା କୁଲିଆବନ୍ଧାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀ ଅରବନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ନେଇ ୧୦୦ ମିଟର ଦୀର୍ଘ ତ୍ରିରଙ୍ଗା ପତାକାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶତାଧିକ ଛାତ୍ରଛାତ୍ରୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବହୁ ବୁଦ୍ଧିଜୀବୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଗାଁ ପରିକ୍ରମା କରିଥିଲେ । ଏହାସହ ଯୁବକମାନଙ୍କ ଦୁଃସାହସିକ ମଟରସାଇକେଲ ତ୍ରିରଙ୍ଗା ଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ଏହି ଶୋଭାଯାତ୍ରାର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସନ୍ତରାମ ପାଣ୍ଡେ , ସମାଜସେବୀ ଗୁଣସାଗର ଭୋଇ, ଘନଶ୍ୟାମ ପଟେଲ, ରୋହିତ ଶବର, ଥାନ୍‌ସିଂ ଠାକୁର ସମେତ ଶାସ୍ତ୍ରୀଜୀ ଯୁବକ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

Comments are closed.