ମୁମ୍ବାଇରେ ବଲିଉଡ୍‌ ସେଲିବ୍ରେଟିମାନଙ୍କୁ ଭେଟି ଉତ୍ତର ପ୍ରଦେଶରେ ଫିଲ୍ମ୍‌ ସୁଟିଙ୍ଗ୍‌ କରିବାକୁ କହିଲେ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ: ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ପାଇଁ ଅନୁକୂଳ ରାଜ୍ୟ ବୋଲି କହି ତାହାକୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ର କରିବା ଲାଗି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ମନୋରଞ୍ଜନ ଶିଳ୍ପର ବିଶିଷ୍ଟ ବ୍ୟକ୍ତିମାନଙ୍କୁ କହିଛନ୍ତି।

ମୁମ୍ବାଇରେ ବଲିଉଡ୍‌ ସଦସ୍ୟମାନଙ୍କ ସହିତ ଆଳାପ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଥିଲେ, ଆମେ ଆପଣଙ୍କ ଚଳଚ୍ଚିତ୍ର ଜଗତ୍‌ର ଦୁଇଜଣଙ୍କୁ ସାଂସଦ କରିଛୁ। ଏହାଛଡ଼ା, ଆପଣମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସେଥି ପ୍ରତି କ’ଣ କରାଯିବା ଆବଶ୍ୟକ,‌ ସେ କଥା ମଧ୍ୟ ଜାଣିଛୁ। ସମାଜକୁ ଏକଜୁଟ କରିବା ଓ ଦେଶର ଏକତା ଓ ସାର୍ବଭୌମତ୍ତ୍ବ ସଂରକ୍ଷିତ କରି ରଖିବାରେ ଚଳଚ୍ଚିତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଆସନ୍ତା ମାସରେ ଲକ୍ଷ୍ନୌରେ ଆୟୋଜନ ହେବାକୁ ଥିବା ‘ନିବେଶକ ଶିଖର ସମ୍ମଳନୀ’ର ପ୍ରଚାର ନିମନ୍ତେ ଯୋଗୀ ଆଦିତ୍ୟନାଥ ୨ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି। ସେ କହିଛନ୍ତି, ଉତ୍ତର ପ୍ରଦେଶ ଏକ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ ବୋଲି ‘ନ୍ୟାସ୍‌ନାଲ୍‌ ଫିଲ୍ମ୍‌ ଆୱାର୍ଡସ୍‌’ ଏବଂ ‘ଦି ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫିଲ୍ମ ଭେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ’ ମଧ୍ୟ ସ୍ବୀକୃତି ଦେଇଛି।

Comments are closed.