ଟ୍ରକ୍ ଧକ୍କାରେ ବାଇକ ଆରୋହୀ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଜୟପୁର: ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଜୟପୁର ସହରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାକାର ବିମାନବନ୍ଦର ଛକରେ ଏକ ୧୦ଚକିଆ ଟ୍ରକ୍ ଜଣେ ବାଇକ୍ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ପୁଲିସ ମୃତକଙ୍କୁ ତତକ୍ଷାଣାତ୍ ଡାକ୍ତରଖାନାକୁ ନେଇଯାଇଥିଲା। ମୃତକ ହେଲେ ଆମ୍ବାଗୁଡ଼ା ନିକଟ ବିଜେଦୁଇ ଗାଁର ନିର୍ମଳ ଦେ। ଏଣେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Comments are closed.