ଶେହନାଜଙ୍କ ପାଇଁ କାନ୍ଦିଲେ ଓ ଆଣ୍ଠେଇଲେ‌ ପ୍ରଶଂସିକା; ଧରିପକାଇ ଆଲିଙ୍ଗନ ଓ ଚୁମ୍ବନ କଲେ ଅଭିନେତ୍ରୀ

ମୁମ୍ବାଇ: ନିଜର ପ୍ରଶଂସକମାନଙ୍କୁ ଉତ୍ତମ ବ୍ୟବହାର ଦେଖାଇବାରେ ଶେହେନାଜ୍‌ କୌର୍‌ ଗିଲ୍‌ କେବେ ବି ହେଳା କରନ୍ତି ନାହିଁ। ତାଙ୍କର ଏହି ଉଦାର ଗୁଣ ପାଇଁ ଆଜି ଶେହେନାଜ୍‌ଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ନିକଟରେ ଶେହେନାଜ୍‌ଙ୍କର ଜଣେ ମହିଳା ପ୍ରଶଂସକଙ୍କ ସହ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ପ୍ରଶଂସିକା ଜଣକ କାନ୍ଦି କାନ୍ଦି ଶେହେନାଜଙ୍କୁ ଆଲିଙ୍ଗନ କରୁଥିବା ବେଳେ ତାଙ୍କୁ ଓଲଟା ଚୁମ୍ବନ ଦେଉଛନ୍ତି ଶେହେନାଜ୍‌। କେବଳ ସେତିକ ନୁହେଁ, ପ୍ରଂଶସିକା ଜଣକ ତାଙ୍କ ପାଦ ବି ଛୁଇଁବାକୁ ବାହାରୁଥିବା ବେଳେ ଅଟକାଇ ଦେଉଛନ୍ତି ‌ଶେହେନାଜ୍‌ ଗିଲ୍‌।

ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଶଂସିକା ଜଣକ ଶେହେନାଜଙ୍କୁ ଏକ ବ୍ରେସ୍‌ଲେଟ୍‌ ନେବାକୁ ନିବେଦନ କରୁଛନ୍ତି। ଶେହେନାଜ୍‌ ପ୍ରଥମେ କିଛି ସମୟ ଚିନ୍ତା କରୁଛନ୍ତି। ତାପରେ ପ୍ରଶଂସିକାଙ୍କ ମନ ରଖିବାକୁ ଶେହେନାଜ୍‌ ନିଜ ହାତ ଆଗକୁ କରୁଛନ୍ତି ଓ ପ୍ରଶଂସିକା ତାଙ୍କୁ ବ୍ରେସ୍‌ଲେଟ୍‌ ପିନ୍ଧାଇ ଦେଉଛନ୍ତି। ତାପରେ ପ୍ରଶଂସିକା ଜଣକ ଯେତେବେଳେ ନିଜ ମୁଦି ଦେବା ପାଇଁ ଖୋଲିବାକୁ ଯାଉଛନ୍ତି ତ ଜୋର୍‌ କରି ମନା କରୁଛନ୍ତି ଶେହନାଜ୍‌।

ପ୍ରଶଂସିକା ଜଣକ ‌ଶେହନାଜଙ୍କୁ ଜୋର୍‌ କରି ଆଲିଙ୍ଗନ କରିବା ସହ ଭଗବାନଙ୍କୁ ବାରମ୍ବାର ଧନ୍ୟବାଦ ଦେଇ ଚାଲୁଛନ୍ତି। ଶେହେନାଜ୍‌ ବି ତାଙ୍କ ପିଠିକୁ ଥାପୁଡ଼ାଇ ତ‌ାଙ୍କୁ ସମ୍ବୋଧନ କରୁଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଶେହନାଜ୍‌ ଆଗକୁ ସଲ୍‌ମାନଙ୍କ ସହ ‘କିସିକା ଭାଇ କିସିକା ଜାନ୍‌’ ଚଳଚ୍ଚିତ୍ରରେ ନଜର ଆସିବେ।

Comments are closed.