ସନ୍ଦେହ ହେବନି ବୋଲି ଶ୍ରଦ୍ଧାଙ୍କ ବନ୍ଧୁଙ୍କ ସହ ଇନ୍‌ଷ୍ଟାରେ କଥା ହେଉଥିଲା ଅଫ୍‌ତାବ, ଗୁଗୁଲ୍‌ରେ ଖୋଜୁଥିଲା ‘ଖୁନ୍‌ ସାଫ୍‌’ ତରିକା

ନୂଆଦିଲ୍ଲୀ: ଦିଲ୍ଲୀରେ ଅଫତାବ ନାମକ ଯୁବକ ନିଜ ଲିଭ୍‌-ଇନ୍‌ ପାର୍ଟନର୍‌ ଶ୍ରଦ୍ଧା ୱାକରଙ୍କୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ ଭିତରେ ରଖିଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଥିବା ବେଳେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଅଫତାବର ବର୍ବର କାଣ୍ଡ ରୋମଟାଙ୍କୁରା ଥିବା ବେଳେ ତା ବିଷୟରେ ଏବେ ନୂଆ ନୂଆ କଥା ଆହୁରି ଚକିତ କରୁଛି।

ନିକଟରେ ମିଳିଥିବା ଏକ ଖବର ମୁତାବକ, ନିଷ୍ଠୁର ଅବତାଫ ଏପଟେ ପ୍ରେମିକାକୁ ହତ୍ୟା କରି ପ୍ରେମିକା ଶରୀରର ଖଣ୍ଡ ବିଖଣ୍ଡିତ ଅଙ୍ଗକୁ ଫ୍ରିଜ୍‌ରେ ରଖିଥିଲା ତ ସେପଟେ ରୁମ୍‌କୁ ନୂଆ ପ୍ରେମ କାହାଣୀ ରଚିବାକୁ ଆଣିଥିଲା ଭିନ୍ନ ଜଣେ ଯୁବତୀ। ଜାଣିବାକୁ ମିଳିଛି ‌ଯେ ଶ୍ରଦ୍ଧାଙ୍କ ହତ୍ୟା ଅଫତାବକୁ ଟିକେ ବି ବିଚଳିତ କରିନଥିଲା। ବରଂ ନିଜ ମନୋରଞ୍ଜନ ପାଇଁ ରୁମ୍‌ ଭିତରେ ଶବ ରଖିବି ନୂଆ ଯୁବତୀଙ୍କୁ ଧରିକି ଆସୁଥିଲା। ଶ୍ରଦ୍ଧା ମରିବାର ମାତ୍ର କିଛି ଦିନ ମଧ୍ୟରେ ସେ ଡେଟିଂ ଆପ୍‌ ଜରିଆରେ ଏକ ନୂଆ ପ୍ରେମିକା ବନାଇଥିଲା ଅଫତାବ।

କେବଳ ସେତିକି ନୁହେଁ, ଶ୍ରଦ୍ଧାଙ୍କ ହତ୍ୟା କରିବା ପରେ ଅଫ୍‌ତାବ ଗୁଗୁଲ୍‌ରେ ସର୍ଚ କରୁଥିଲା ‘ଖୁନ୍‌ ସାଫ୍‌’ କରିବାର ତରିକା। ମଣିଷ ମାରିବା ପରେ ବି ସାମାନ୍ୟ ବିଚଳିତ ନହୋଇ ଚତୁରଙ୍କ ପରି କାମ କରି ଚାଲିଥିଲା ଅଫତାବ।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ଅଫତାବ ବହୁତ ଭାବିଚିନ୍ତି ଶ୍ରଦ୍ଧାଙ୍କ ହତ୍ୟା କରିଛି। ଶ୍ରଦ୍ଧାଙ୍କ ହତ୍ୟା ପରେ ସେ ତାଙ୍କ ଫୋନ୍‌କୁ ମହାରାଷ୍ଟ୍ରରେ କେଉଁଆଡ଼େ ଫିଙ୍ଗି ଦେଇଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ଏପରିକି ଶ୍ରଦ୍ଧା ଜୀବିତ ବୋଲି ଦେଖେଇ ହେବାରୁ ଶ୍ରଦ୍ଧାରଙ୍କୁ ହତ୍ୟା କରିବାର ଅନେକ ଦିନ ପର୍ଯ୍ୟନ୍ତ ତାଙ୍କର କିଛି ବନ୍ଧୁଙ୍କ ସହ ଇନ୍‌ଷ୍ଟାଗ୍ରାମ୍‌ରେ କଥା ହେଉଥିବା ଅଫତାବ। ଏତେ ଚାଲାଖି ପରେ ବି ଧର୍ମ ଆଖିରୁ ଖସି ପାରିଲାନି ନରରାକ୍ଷସ।

Comments are closed.