ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନ୍‌ସିସି ଦିବସ ପାଳିତ ।

0

ଗଜପତ,୨୯.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ କ୍ୟାଡେଟ୍ କୋର୍‌ (ଏନ୍‌ସିସି) ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଶୃଙ୍ଖଳା, ସମର୍ପଣ, ଦେଶପ୍ରେମ ଓ ନିଃସ୍ୱାର୍ଥ ସେବାର ମହାନ ଆଦର୍ଶକୁ ସ୍ମରଣ କରାଯିବା ସହ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।ଏନ୍‌ସିସି ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳାବୋଧ, ନେତୃତ୍ୱ ଦକ୍ଷତା ଓ ସାମାଜିକ ଦାୟିତ୍ୱବୋଧ ବିକଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ଅଟେ। ଏହି ମହାବିଦ୍ୟାଳୟ ଶିକ୍ଷା ସହିତ ସଂସ୍କୃତି, ସାମାଜିକ ଚେତନା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ନିରନ୍ତର ଅବଦାନ ରଖିଆସିଛି। ଏହାର ଏନ୍‌ସିସି ଶାଖା ମାଧ୍ୟମରେ କ୍ୟାଡେଟ୍‌ମାନେ ଶୃଙ୍ଖଳିତ ଜୀବନଯାପନ, ସେବା ମନୋଭାବ, ଦଳଗତ କାର୍ଯ୍ୟ ଓ ନେତୃତ୍ୱ ନେବାର ଗୁଣ ଆହରଣ କରିବାର ସୁଯୋଗ ପାଉଛନ୍ତି।ଏନ୍‌ସିସି ଦିବସ ପାଳନ ମାଧ୍ୟମରେ ଯୁବଶକ୍ତିକୁ ସଶକ୍ତ କରିବା, ସମାଜକୁ ସୁଦୃଢ଼ କରିବା ଏବଂ ଦେଶର ପ୍ରଗତି ଓ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କୁ ସକ୍ରିୟ ସହଭାଗୀ କରିବାର ଆହ୍ୱାନ ଦିଆଯାଇଥିଲା। ଏନ୍‌ସିସିର ଆଦର୍ଶ ଓ ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରି ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଦେଶସେବାରେ ନିଜକୁ ସମର୍ପିତ କରିବାକୁ ଏହି ଦିବସ ପ୍ରେରଣା ଯୋଗାଇଥିଲା।

Leave A Reply

Your email address will not be published.