ଶ୍ୱେତପଦ୍ମା ସାହିତ୍ୟ ସଂସଦ ପକ୍ଷରୁ ପାରଳାର ଯୁବ କବୟିତ୍ରୀ ଅଞ୍ଜନା ପଟ୍ଟନାୟକ ସମ୍ବର୍ଦ୍ଧିତ ।

0

ଗଜପତି,୨୯.୧୧(ମନୋଜ କୁମାର ପାଢୀଙ୍କ) ରିପୋର୍ଟ):-ବ୍ରହ୍ମପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ ସଂସଦ ପକ୍ଷରୁ ପାରଳାଖେମୁଣ୍ଡିର ଯୁବ କବୟତ୍ରୀ ତଥା ଅଧ୍ୟାପିକା ସୁଶ୍ରୀ ଅଞ୍ଜନା ପଟ୍ଟନାୟକଙ୍କୁ ତାଙ୍କର ସାହିତ୍ୟ କୃତି ଓ ସାରସ୍ୱତ ଅବଦାନ ପାଇଁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ପରିସରରେ ଶ୍ୱେତପଦ୍ମା ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ମହା ଆଡ଼ମ୍ବରରେ ଆୟୋଜିତ ହୋଇଥିଲା। ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ବିଜୟ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ବହୁ ବିଶିଷ୍ଟ ସାହିତ୍ୟିକ, କବି ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ନୂଆପଡ଼ା ବାଲାଜୀ ସ୍ନାତକ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ତଥା ସୁସାହିତ୍ୟିକ ଡ. ସୁରେନ୍ଦ୍ରନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି, କୋରାପୁଟର ବିଶିଷ୍ଟ ସାହିତ୍ୟିକ ତଥା ଲୋକସଂସ୍କୃତି ଗବେଷକ ଡ. ରାଜେନ୍ଦ୍ର ପାଢ଼ୀ ବିଶିଷ୍ଟ ଅତିଥି ଏବଂ ବାଲେଶ୍ୱରର ସାହିତ୍ୟିକ, ପ୍ରକାଶକ ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. କାଳୀପଦ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।ସେହିପରି ବିଶିଷ୍ଟ କବି, ସଂଗଠକ ଓ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ସୁଶାନ୍ତ ଦାଶ ଏବଂ ବ୍ରହ୍ମପୁରର ବିଶିଷ୍ଟ କବି ପ୍ରଫେସର ଡ. ରାଜେନ୍ଦ୍ର କୁମାର ବେହେରା ବରେଣ୍ୟ ଅତିଥି ଭାବେ ଯୋଗଦେବା ସହ ସଂସଦର ସାଧାରଣ ସମ୍ପାଦିକା ଶ୍ରୀମତୀ ମଧୁଛନ୍ଦା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ଅତିଥିମାନେ ଯୁବ କବୟିତ୍ରୀ ଅଞ୍ଜନା ପଟ୍ଟନାୟକଙ୍କ ସାହିତ୍ୟ ସାଧନା ଓ ସୃଜନଶୀଳତାର ପ୍ରଶଂସା କରିବା ସହ ତାଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ପାରଳାଖେମୁଣ୍ଡିର ଜଣେ ଯୁବ ପ୍ରତିଭା ରାଜ୍ୟସ୍ତରୀୟ ସାରସ୍ୱତ ମଞ୍ଚରେ ସମ୍ମାନିତ ହେବା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କର ଏହି ସଫଳତା ପାଇଁ ପାରଳାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Leave A Reply

Your email address will not be published.