ୟୁଏଇ ବୋଲରଙ୍କ ନିଦ ହଜାଇଲେ ବୈଭବ, ମାତ୍ର ୨୮ ବଲ୍‌ରେ ଶତକ

ନୂଆଦିଲ୍ଲୀ: ଏସିଆ କପ୍ ରାଇଜିଂ ଷ୍ଟାରର୍ସ ୨୦୨୬ରେ ଭାରତ ଏ ଏବଂ ୟୁଏଇ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଦୋହାରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୟୁଏଇ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୯ ରନ୍ ସଂଗ୍ରହ କରିଛି । ଫଳରେ ଭାରତ ସାମ୍ନାରେ ୨୫୦ ରନର ବିଜୟ ଲକ୍ଷ୍ୟ ରହିଛି । ବୈଭବ ବିସ୍ଫୋରକ ଇନିଂସ ଖେଳିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ୨୮ ବଲରେ ଶତକ ପୂରଣ କରିଛନ୍ତି । ୧୨ ରନ କରି ଅଭିଷେକ ଶର୍ମା ଆଉଟ୍ ହୋଇଥିବା ବେଳେ ପ୍ରଭାସିମରନ ୩ ରନ କରି ଆଉଟ୍ ହୋଇଛନ୍ତି । ଭାରତ ୫ ଓଭରରେ ୧୦୦ ରନ୍ ପୂରଣ କରିଛି । ବୈଭବ ଏବଂ ଅଭିଷେକଙ୍କ ଓପନିଂ ଯୋଡି ଧୂଆଁଦାର ବ୍ୟାଟିଂ କରିଛନ୍ତି । ୟୁଏଇ ପକ୍ଷରୁ ହରପ୍ରୀତ ସିଂହ ଭାଟିଆ ଶତକୀୟ ପାଳି ଖେଳି ୧୩୦ ରନ୍ କରିଛନ୍ତି । ତାଙ୍କ ଇନିଂସରେ ୧୨ଟି ଚୌକା ଓ ୪ଟି ଛକା ସାମିଲ ରହିଛି । ଭାରତ ପକ୍ଷରୁ ଅର୍ଶଦ ଖାନ୍ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି ।

Comments are closed.