ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଶ୍ରେଷ୍ଠ ଭୁବନେଶ୍ୱର ମହାନଗର ନିଗମ, ରାଜଧାନୀବାସୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମସି)କୁ ମିଳିଛି ସବୁଠୁ ବଡ଼ ସଫଳତା। ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ରେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ବିଏମସି। ସିଟିଜେନ ଫିଡ଼ବେକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଭୁବନେଶ୍ବର ମହାନଗର ନିଗମ। ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।ସ୍ୱଚ୍ଛ ସର୍ବେକ୍ଷଣରେ ଦେଶରେ ଭୁବନେଶ୍ୱର ମହାନଗର ନିଗମ ଶ୍ରେଷ୍ଠ ପୁରସ୍କାର ପାଇବା ପରେ ରାଜଧାନବାସୀଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରିଛନ୍ତି ମେୟର ସୁଲୋଚନା ଦାସ ଏବଂ କମିଶନର ବିଜୟ ଅମୃତା କୁଲାଙ୍ଗେ।
ଭୁବନେଶ୍ୱର ମହାନଗର ନିଗମ ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବା ନିମନ୍ତେ ବିଗତ ଦିନରେ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ସହରକୁ ସବୁଜ ଏବଂ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ମଧ୍ୟ ନିରନ୍ତର କାର୍ଯ୍ୟ ଜାରି ରହିଛି। ଆବର୍ଜନା ମୁକ୍ତ ଠାରୁ ଗମନା ଗମନ ନିମନ୍ତେ ମୋ ବସ୍ ସେବା ପର୍ୟ୍ୟନ୍ତ, ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇଛି, ଯାହା ଆଜି ବିଏମସି ପାଇଁ ସଫଳତା ଆଣି ଦେଇଛି।

Comments are closed.