ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଚୌଦ୍ୱାର : ଚୌଦ୍ୱାର ହାଉସିଂବୋର୍ଡ ସ୍ଥିତ ବରିଷ୍ଠ ନାଗରିକ କ୍ଲବ ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । କ୍ଲବର ସଭାପତି ଶିଶିର କୁମାର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଚୌଦ୍ୱାର ପୌର ପରିଷଦର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ କର୍ତ୍ତବ୍ୟ ଓ ସେମାନଙ୍କ ଅନୁଭୁତି ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ତ ସମସ୍ୟା ସହିତ ଯୋଡି ହୋଇ ରହିବା ସହିତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ସୁବିଧା କିପରି ମିଳିପାରିବ ସେ ନେଇ ସହଯୋଗ କରିବା ପାଇଁ ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା.ମଇଉଦିନ, ଶରତ ଦାସ, କୁମର ପ୍ରଧାନ, ପ୍ରସନ୍ନ କୁମାର ରାଉତ, ମହେଶ୍ୱର ପଣ୍ଡା, ମନୀନ୍ଦ୍ର କୁମାର ନାୟକ, ଗୌରାଙ୍ଗ ଦାସ,ବିଶ୍ୱ କଲ୍ୟାଣ ଦାସ ପ୍ରମୁଖ ବରିଷ୍ଠ ନାଗରିକମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କବି, ସମାଜସେବୀ ସହଦେବ ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଶୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.