ଉତ୍କଳ ଚାମ୍ବର ଅଫ କର୍ମସ ଆଣ୍ଡ୍ ଇଣ୍ଡଷ୍ଟ୍ରୀର ୫୮ତମ AGM ଅନୁଷ୍ଠିତ, ବିଭିନ୍ନ ପଦବୀ ପାଇଁ ସରିଲା ନିର୍ବଚନ

ଭୁବନେଶ୍ବର :  ୦୧/୧୦: ଉତ୍କଳ ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରୀର ୫୮ତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ମଲ ଟ୍ରେଡ ଆଣ୍ଡ ସର୍ଭିସେସ୍‌ କାଟୋଗୋରୀର ନିର୍ଦେଶକ ତଥା  ପରାମର୍ଶ କମିଟି ସଦସ୍ୟ ନିର୍ବାଚନ ଶୁକ୍ରବାର ଏହାର ପରିସରରେ ଅନୁଷ୍ଠିତ ହୋଇଛି । ୨୦୨୨-୨୩ ଓ ୨୦୨୩-୨୪ ବର୍ଷ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଚାମ୍ବର ପରିସରରେ ସଭାପତି ବ୍ରହ୍ମା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉତ୍କଳ ଚାମ୍ବର ଅଫ କମର୍ସ ଅଫ ଇଣ୍ଡଷ୍ଟ୍ରି ଲିମିଟେଡର ବାର୍ଷିକ ରିପୋର୍ଟ ସେକ୍ରେଟାରୀ ଏବଂ ଟ୍ରେଜେରୀ ଅଧିକାରୀଙ୍କ ଦ୍ୱରା ଉପସ୍ଥାପନ ହୋଇଥିଲା । ଏହା ବାର୍ଷିକ ସାଧାରଣ ବୈଠକରେ ଗୃହିତ ହୋଇଛି ।

ଏହି ବୈଠକରେ ୪ଟି ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଏହା ଗୃହିତ ହୋଇଛି । ବୋର୍ଡ ଦ୍ବାରା ପୂର୍ବରୁ ନିଯୁକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଏହା ଆୟୋଜିତ  ହୋଇଥିଲା। ଭୋଟିଂ ପାଇଁ ସଦସ୍ୟମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ମତଦାନ ହୋଇଥିଲା।  ମୁଖ୍ୟ ନିର୍ବାଚନ ଅଧିକାରୀ, ୨  ଜଣ ନିର୍ବାଚନ ଅଧିକାରୀ ଏବଂ ୩ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ମତଦାନ ହୋଇଥିଲା।  ୭୩୬ ସଦସ୍ୟଙ୍କ ମଧ୍ୟରୁ ୬୧୮ ଜଣ  ସଦସ୍ୟ ସେମାନଙ୍କର ମତଦାନ କରିଥିଲେ ।

ଏଥିରେ ବ୍ରହ୍ମା ମିଶ୍ର ଦ୍ୱିତୀୟ ଥର ପାଇଁ ସଭାପତି ଭାବେ ମନୋନୀତ ହୋଇଛନ୍ତି।  ସେହିପରି ଉପସଭାପତି (ଇଣ୍ଡଷ୍ଟ୍ରୀ) ଭାବେ ତାରିଣୀ ମହାନ୍ତି, ଉପସଭାପତି (କର୍ମସ) ସ୍ବପ୍ନା କୁମାର ସ୍ବାଇଁ, ଉପସଭାପତି (ସାଧାରଣ) ସଞ୍ଜୀବ ମହାପାତ୍ର, ସେକ୍ରେଟାରୀ ଅଶୋକ କୁମାର ସାରଦା, ଯୁଗ୍ମ ସଚିବ ଗିରିଧାରୀ ଲାଲ ଶର୍ମା, କୋଷାଧ୍ୟକ୍ଷ ନାରାୟଣ କୁମାର, ଯୁଗ୍ମ କୋଷାଧ୍ୟକ୍ଷ ଅକ୍ଷୟ ଖଣ୍ଡେଲଓ୍ବାଲ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ସଦସ୍ୟମାନେ  ୨ ବର୍ଷ ପାଇଁ ନିର୍ବାଚିତ ହୋଇ ଥାଆନ୍ତି।

Comments are closed.