ଗଜପତି,୧୫.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ସାମ୍ବାଦିକ ସଂଘ(ଜି଼ଡିୟୁଜେ)ର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ତଥା ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନଦୂର୍ଘା ମନ୍ଦିର ପରିସରରେ ସଂଘର ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଆଦର୍ଶ ଦାଶ ଗତ ଦୁଇ ବର୍ଷ ମଧ୍ୟରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାର ପ୍ରଥମ ଓ ଏକମାତ୍ର ସଂଘ ଭାବେ ଏହା ପଞ୍ଜିକୃତ କରାଯାଇପାରିଛି ବୋଲି କହିବା ସହ ସାମ୍ବାଦିକ ସଂଘ ନାମରେ କିଛି ଲୋକ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଚାହୁଁଥିବା ବେଳେ ଜିଡିୟୁଜେ ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟ କରିଆସୁଛି । ଜିଲ୍ଲାର ସବୁଠାରୁ ବୃହତ୍ତମ ଓ କ୍ରିୟାଶୀଳ ସାମ୍ବାଦିକ ସଂଘ ଭାବେ ଜିଡିୟୁଜେ ନିଜକୁ ପ୍ରତିପାତିଦ କରିପାରିଛି । ତେଣୁ ରାଜ୍ୟର ସବୁଠାରୁ ବୃହତ୍ତମ ଓ କ୍ରିୟାଶୀଳ ସାମ୍ବାଦିକ ସଂଘ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସହ ନିଜକୁ ଅନୁବନ୍ଧିତ କରିପାରିଛି ବୋଲି ସେ କହିଥିଲେ । ସଂଘର ଆର୍ଥିକ ସ୍ଥିତି ନେଇ ମଧ୍ୟ ଆଲୋଚନା କରାଯିବା ସହ ସଂଘକୁ ଆର୍ଥିକ ସ୍ଥିତିରେ ମଜବୁତ କରିବା ପାଇଁ ସମସ୍ତ ସଦସ୍ୟ ଉଦ୍ୟମ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଥିଲେ । ଏହି ଅବସରରେ ମୋହନା ବ୍ଲକର ବହୁ ସଦସ୍ୟ ଜିଡିୟୁଜେର ସଦସ୍ୟତା ଗ୍ରହଣ କରିଥିଲେ । ସେହିପରି ଗୁମ୍ମା ବ୍ଲକ ଓ ପାରଳାଖେମୁଣ୍ଡି ସହରର କିଛି ସାମ୍ବାଦିକ ମଧ୍ୟ ସଂଘର ସଦସ୍ୟତା ଗ୍ରହଣ କରିଥିଲେ । ସେମାନଙ୍କୁ ସଂଘ ପକ୍ଷରୁ ସ୍ବାଗତ କରାଯିବା ସହ ଶୃଙ୍ଖଳିତ ଭାବେ ନିଜନିଜର ଦାୟିତ୍ବ ତୁଲାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହି ଅବସଲରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ଅନେକ ସାମ୍ବାଦିକ ନିଜରକ ପ୍ରତିକ୍ରିୟା ପ୍ରକାଶ କରି କହିଥଛିଲେ ଯେ, ଆଗରୁ ଅନ୍ୟ ସଂଘ ସହ ସେମାନେ ସାମିଲ ଥିଲେ । କିନ୍ତୁ ସେଠାକାର କାର୍ଯ୍ୟଶୈଳୀ ସେମାନଙ୍କୁ କେବଳ ବ୍ୟବହାର ପାଇଁ ହିଁ ଉପଯୋଗୀ ଥିଲା । ତେଣୁ ସେହି ସଂଘକୁ ତ୍ୟାଗ କରି ଜିଡିୟୁଜେରେ ସାମିଲ ହୋଇଛନ୍ତି ବୋଲି କହବିବା ସହ ଏହାର ଗଣତାନ୍ତ୍ରିକ ପଦ୍ଧତିରେ କାର୍ଯ୍ୟଶୈଳୀ ସେମାନଙ୍କୁ ଏଭଳଇ କରିବା ପାଇଁ ପ୍ରେରିତ କରିଛି ବୋଲି କହିଥିଲେ । ଏହାପରେ ସଂଘର ସମସ୍ତ ସଦସ୍ୟଙ୍କ ମତ ଅନୁସାରେ ଆଗାମି ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ବଦଳରେ ଚୟନ ହୋଇଥିଲା । ସଂଘର ଉପଦେଷ୍ଟା କେ.ରାମସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଚୟନ ପ୍ରକ୍ରିୟାରେ ସଭାପତି ଭାବେ ବସନ୍ତ ପଣ୍ଡା, ସଂପାଦକ ଭାବେ ଆଦର୍ଶ ଦାଶ, ଉପସଭାପତି ଭାବେ ହରିହର ପଟନାୟକ ଓ ଲକ୍ଷ୍ମଣ ଚୌଧୁରୀ, ସହ ସଂପାଦକ ଭାବେ ଶ୍ରୀକାନ୍ତ ମହାରଣା,ସୁଜିତ ଦାଶ ଓ ଅଂଶୁମାନ ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ଭାବେ ବାସୁଦେବ ଦାଶଙ୍କୁ ମନୋନୀତ କରାଯାଇଥିଲା । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବାବୁଲା ସେଠୀ, ହରେକୃଷ୍ଣ ପଣ୍ଡା, ସୌମ୍ୟରଞ୍ଜନ ପଟନାୟକ, ସରୋଜ ପାତ୍ର, ରାଜେଶ ମିଶାଲ, ହୃଷିକେଶ ଦଳେଇ, ନାଗେଶ୍ବର ମହାପାତ୍ର, ଜିତେନ୍ଦ୍ର ବାରିକ,ବାଳକୃଷ୍ଣ ପାତ୍ର ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ନୂତନ ଭାବେ ଦାୟିତ୍ବ ନେଇଥିବା କର୍ମକର୍ତ୍ତା ସଂଘର ସବୁ ଦିଗରୁ ଉନ୍ନତି ଏବଂ କ୍ରିୟାଶୀଳତା ଦିଗରେ ଧ୍ୟାନ ଦେଇ କାମ କରିବାକୁ ଓୟୁଜେର ରାଜ୍ୟ ସଂପାଦକ ତଥା ଜିଡିୟୁଜେର କାର୍ଯ୍ୟକାରୀ ସଭାପତି ରୂପେଶ ସାହୁ ପରାମର୍ଶ ଦେଇଥିଲେ ।