ଗଜପତି,7.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାସ୍ତରୀୟ ସୁରଭି-୨୦୨୬ ଶିଶୁ ମହୋତ୍ସବ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ମହୋତ୍ସବରେ ମୋହନା ବ୍ଲକ ଅନ୍ତର୍ଗତ ଏସ୍ଏସ୍ଡି ହାଇସ୍କୁଲ, ଖଣିର ଛାତ୍ରୀମାନେ ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ କରି ନୃତ୍ୟ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିବା ସହ ରାଜ୍ୟସ୍ତରୀୟ ସୁରଭି-୨୦୨୬ ଶିଶୁ ମହୋତ୍ସବରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି।। ଏହି ସଫଳତା ହାସଲ କରି ଛାତ୍ରୀମାନେ ବିଦ୍ୟାଳୟ ସମେତ ସମଗ୍ର ମୋହନା ବ୍ଲକକୁ ଗୌରବାନ୍ୱିତ୍ୱ କରିଛନ୍ତି। । ଏହି ଗୌରବମୟ ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ମାର୍ଗଦର୍ଶକ ଓ ଅଭିଭାବକମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଏହି ଛାତ୍ରୀମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ଗଜପତି ଜିଲ୍ଲାର ସୁନାମ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ ପାଇଛି।ରାଜ୍ୟସ୍ତରରେ ବିଜୟର ଧ୍ୱଜା ଉଡ଼ାଇବା ପାଇଁ ଏସ୍ଏସ୍ଡି ହାଇସ୍କୁଲ, ଖଣିର ସମସ୍ତ ଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.