ଗଜପତିରେ ନଭେମ୍ବର ୧୧ ଓ ୧୨ରେ ଅନୁଷ୍ଠିତ ହେବ *ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ -୨୦୨୭ ।

0

ଗଜପତି, 7.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-: ଯୁବ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରୋତ୍ସାହନ ଏବଂ ଯୁବପିଢ଼ିଙ୍କୁ ନିଶାମୁକ୍ତ ସମାଜ ଗଠନ ଦିଗରେ ଉତ୍ସାହିତ କରିବା ଲକ୍ଷ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ‘ବିକଶିତ ଭାରତ ଯୁବ ନେତୃତ୍ୱ ଓ ସଂଳାପ’ ଆସନ୍ତା ନଭେମ୍ବର ୧୧ ଓ ୧୨ ତାରିଖରେ ଆୟୋଜିତ ହେବାକୁ ଯାଉଛି। ଏହି ମହୋତ୍ସବ ପାରଳାଖେମୁଣ୍ଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହେବ।ଚଳିତ ବର୍ଷ ‘ନିଶାମୁକ୍ତ ଯୁବ ସମାଜ, ବିକଶିତ ଭାରତ’ ମୁଖ୍ୟ ବିଷୟବସ୍ତୁ ରହିଛି। ଏଥିରେ ୧୫ରୁ ୨୯ ବର୍ଷ ବୟସର ଯୁବକ ଯୁବତୀମାନେ ଅଂଶଗ୍ରହଣ କରିପାରିବେ।ମହୋତ୍ସବର ପ୍ରଥମ ଦିନ ନଭେମ୍ବର ୧୧ ତାରିଖରେ କବିତା ଲିଖନ, ଚିତ୍ରାଙ୍କନ ଓ ନୁକ୍କଡ଼ ନାଟକ ପ୍ରତିଯୋଗିତା ଆୟୋଜିତ ହେବ। ସେହିପରି ନଭେମ୍ବର ୧୨ ତାରିଖରେ ଲୋକନୃତ୍ୟ ଓ ଲୋକସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ।ପ୍ରତିଯୋଗିତାରେ କୃତିତ୍ୱ ହାସଲ କରୁଥିବା ପ୍ରତିଭାବାନ ଯୁବକ ଯୁବତୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଘୋଷଣା କରାଯାଇଛି। ବ୍ୟକ୍ତିଗତ ବିଭାଗରେ ପ୍ରଥମ ପୁରସ୍କାର ୩ ହଜାର, ଦ୍ୱିତୀୟ ପୁରସ୍କାର ୨ ହଜାର ଏବଂ ତୃତୀୟ ପୁରସ୍କାର ୧ ହଜାର ଟଙ୍କା ରହିଛି। ସେହିପରି ଦଳଗତ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୧୦ ହଜାର, ଦ୍ୱିତୀୟ ପୁରସ୍କାର ୭ ହଜାର ୫୦୦ ଏବଂ ତୃତୀୟ ପୁରସ୍କାର ୫ ହଜାର ଟଙ୍କା ରଖାଯାଇଛି।ଏହି ଯୁବ ମହୋତ୍ସବର ଆୟୋଜକ ଭାବେ ଗଜପତି ଜିଲ୍ଲା ପ୍ରଶାସନ ରହିଥିବାବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗ କରୁଛି। ପ୍ରତିଭାବାନ ଯୁବକ ଯୁବତୀମାନେ ପୋଷ୍ଟରରେ ଦିଆଯାଇଥିବା କ୍ୟୂଆର କୋଡ୍ ସ୍କାନ୍ କରି ପଞ୍ଜୀକରଣ କରିପାରିବେ।ଏହି ମହୋତ୍ସବ ମାଧ୍ୟମରେ ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାଙ୍କୁ ଏକ ଉପଯୁକ୍ତ ମଞ୍ଚ ମିଳିବା ସହ ସେମାନଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା ଓ ସାମା

Leave A Reply

Your email address will not be published.