ଚାଷୀଙ୍କ ପାଇଁ କାଳ ସାଜିଛି ପ୍ରକୃତି ! ବାରମ୍ବାର ବନ୍ୟା ଓ ଲଘୁଚାପଜନିତ ବର୍ଷା ରେ ବ୍ୟାପକ ଫସଲହାନି କାର୍ତିକ ମାସରେ ପରିବା ଆକାଶ ଛୁଆଁ

0

ପଟ୍ଟାମୁଣ୍ଡାଇ୫/୧୧– ପାଣିପାଗ ବିଭାଗର ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ସମୟ ଅସମୟ ନମାନି ଚଳିତ ବର୍ଷ ଅସରନ୍ତି ଲଘୁଚାପ ଜନିତ ବର୍ଷା ବାରମ୍ବାର ବନ୍ୟା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯୟ ଲାଗି ରହିଛି ଦୀର୍ଘ ୫୦ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ଦେଖିବାକୁ ମିଳିନଥିଲା ବୋଲି ଵୟୋବୃଦ୍ଧ ଚାଷୀମାନେ ପ୍ରକାଶ କରିଛନ୍ତି I ସାଧାରଣତଃ ଦୂର୍ଗା ପୂଜା ପରେ ବର୍ଷା ଛାଡି ଯାଇଥାଏ I ଶୀତର ପ୍ରଭାବ ଆସ୍ତେ ଆସ୍ତେ ଅନୁଭବ ହୋଇଥାଏ I ମାତ୍ର ଦୂର୍ଗା ପୂଜା ଯାଇ ଗଜଲଷ୍ମୀ ପୂଜା ଶେଷ ହୋଇଥିଲେ ମଧ୍ୟ ବର୍ଷା ମଝିରେ ମଝିରେ ହେଉଛି I ଇତି ମଧ୍ୟରେ ବାତ୍ୟା ଅର୍ଣ୍ଣବ ଓଡିଶାର କେତେଟି ଜିଲ୍ଲା ଛାଡି ଦେଲେ ବିଶେଷ ପ୍ରଭାବ ପକାଇ ନାହିଁ I ଚକିତ ବର୍ଷ ପ୍ରାକୃତିକ ବିପର୍ଯୟ ପରେ ବିପର୍ଯୟ ଲାଗି ରହିଛି I ଏଥିରେ ଉଭୟ ଧୋୟା ଓ ଭେଡ଼ା ଅଂଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ବାରମ୍ବାର ଲଘୁଚାପଜନିତ ବର୍ଷା ବନ୍ୟା ପରେ ବନ୍ୟା ସର୍ବୋପରି ବାତ୍ୟା ଉଭୟ ଧୋୟା ଓ ଭେଡ଼ା ଅଂଚଳ ବ୍ୟାପକ କ୍ଷତି ଘଟାଇଛି I ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା ଅମୃତମଣୋହି ବଲୁରିଆ ପେଣ୍ଠପାଳ,ତରଡ଼ିପାଳ ଅଳପୁଆ ସିଂହଗାଁ ବାଛରା, ବାଲିପାଟଣା ନୀଳକଣ୍ଠପୁର ଡାମରପୁର ଶ୍ରୀରାମପୁର ବଳଭଦ୍ରପୁର ଶାସନ ପଂଚାୟତରେ ବର୍ଷା ପରେ ବନ୍ୟା ବାତ୍ୟାରେ ପନି ପରିବା ଠାରୁ ଆରମ୍ଭ କରି ବିଭିନ୍ନ ଧାନ ଫସଲହାନି ଘଟିଛି I ସେହିପରି ଭେଡ଼ା ଅଂଚଳର ବଡ଼ପଡା ବଡ଼ମୋହନପୁର ଦିହୁଡିପୁର ସାନଜରିଆ ଅରଡ଼ପଲ୍ଲୀ ଗଙ୍ଗାରାମପୁର ସଂସାରଫଳ ଚନ୍ଦନନଗର ଖଣତା ଦୋଷିଆ ଓଉପଦା ବିଲିକଣା ଖଡିଅଣ୍ଟା କଖାରୁଣୀ ନରସିଂହପୁର ଡିହାପଡା ବଡ଼ ମୂଳବସନ୍ତ ଆଦି ପଂଚାୟତରେ ବାରମ୍ବାର ବର୍ଷା ବିତ୍ପାତରେ ପନି ପରିବା ଠାରୁ ଆରମ୍ଭ କରି ସବୁ ପ୍ରକାର ଫସଲହାନି ଘଟିଛି I ଯାହାଫଳରେ କାର୍ତିକ ଭଳି ଧର୍ମ ମାସରେ ପନିପରିବା ଦର ଆକାଶଛୁଆଁ ହୋଇଛି I ବର୍ଷା ବନ୍ୟା ପରେ ସର୍ବସ୍ବ ହରାଇ ଧୋୟାଞ୍ଚଳ ଚାଷୀ ବହୁ ଆଶା ଭରସା କରି ଅର୍ଥକରି ବିରି ଫସଲ କରିଥିଲେ I ତାକୁ ମଧ୍ୟ କାଳମୁଣ୍ଡି ଓ ବୋଡା ପୋକ ଖାଇ ସଫା କରିଦେଲେ I ସମ୍ପ୍ରତି ଚାଷୀ ବଂଚିବ କେମିତି? I କୃଷିରୁ ଉପାର୍ଜନରେ ବଞ୍ଚୁଥିବା ଚାଷୀ ପରିବାର ହାହାକାର ମଧ୍ୟରେ ଜୀବନ କାଟୁଛି I ଚାଷୀଙ୍କ ତେଲ ଲୁଣର ସଂସାର ଉଚ୍ଛନ୍ନ ହୋଇପଡିଛି I ସରକାର ଓ ପ୍ରଶାସନର ଆଶ୍ୱାସନା ଚାଷୀର ଅପୂରଣୀୟ କ୍ଷତିକୁ ଭରଣା କରି ପାରିବନାହିଁ I ସବୁ ହରାଇ ଦାଣ୍ଡର ଭିକାରୀ ସାଜି ଥିବା ଚାଷୀ ଏଭଳି ସଂକଟଜନକ ସ୍ଥିତିରେ ମାନସିକ ଭାରସାମ୍ୟ ହରାଇ ବସିଛି I ରାଜ୍ୟ ସରକାର ଚଳିତବର୍ଷ ବାରମ୍ବାର ବର୍ଷା ବନ୍ୟା ଓ ବାତ୍ୟାରେ କ୍ଷତିଗସ୍ତ ଚାଷୀଙ୍କୁ ସହାୟତା, ମାଗଣା ସାର ବିହନ ଯୋଗାଇବା ସହିତ କୃଷି ଋଣ ଛାଡ଼ କରିବାକୁ ଚାଷୀ ମହଲରେ ଦାବୀ ହେଉଛି I

Leave A Reply

Your email address will not be published.