ନାଉପଡାରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0

ବୋଲଗଡ (୨୨/୧୦) : ସ୍ଥାନୀୟ କଳାଙ୍ଗ ପଞ୍ଚାୟତର ନାଉପଡା ଗ୍ରାମରେ ନାଗେଶ୍ୱରୀ ଫାଉଣ୍ଡେସନ୍ ଆନୁକୂଲ୍ୟରେ “ପରିବେଶ ସୁରକ୍ଷା ଜୀବନ ରକ୍ଷା” ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ପ୍ରକୃତି ବନ୍ଧୁ ପ୍ରସନ୍ନ କୁମାର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଖୋର୍ଦ୍ଧା ବିଜେବି ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଓ ମୁଖ୍ୟବକ୍ତା ଭାବରେ ଡାକ୍ତର ମଧୁମିତା ଷଡ଼ଙ୍ଗୀ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ଗଛ ଲଗାଇବା ସହିତ, ନିଜ ଘର ଓ ସ୍କୁଲ ଚାରିପଟ ସଫାସୁତୁରା ରଖିବା ସହିତ ଗ୍ରାମ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରିବାକୁ ଆହ୍ୱାନ ଦେଇଥିଲେ।


ସମ୍ମାନିତ ଅତିଥି ଭାବରେ କଳାଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଚିନ୍ଦ୍ର କୁମାର ଦାସ, ନାଉପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁ, ଶିକ୍ଷାବିତ୍ ପଞ୍ଚୁ ଭାରିମଲ୍ଲ, ସୀମା ସୁରକ୍ଷା ବାହିନୀ ନିରୀକ୍ଷକ ସୁରେନ୍ଦ୍ର କୁମାର ବଳିୟାରସିଂହ, ସମାଜସେବୀ ମହେଶ୍ୱର ପ୍ରଧାନ, ଭାଗୀରଥି ବରାଡ଼, ପ୍ରଭାତ କୁମାର ଶ୍ରୀଚନ୍ଦନ, ବିପିନ ବିହାରୀ ନିଶଙ୍କ ପ୍ରମୁଖ ଯୋଗଦେଇ କହିଲେ ଯେ, ବୃକ୍ଷରୋପଣ କରି ତାକୁ ଲାଳନ ପାଳନ କରି ଏକ ସବୁଜ ବଳୟ ସୃଷ୍ଟି କଲେ ଆମେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବା ; ଫଳରେ ବିଶ୍ୱ ପ୍ରଦୂଷଣ ମୁକ୍ତ ହେବ। ଠିକ୍ ସମୟରେ ବର୍ଷା ହେବ।
ଏହି କାର୍ଯ୍ୟକ୍ରମରେ ପରିବେଶ ସଚେତନତା ପାଇଁ କାର୍ଯ୍ୟ କରୁଥିବା ପ୍ରଧାନଶିକ୍ଷକ ଭିକାରୀ ଚରଣ ପୃଷ୍ଟି, ଅରୁଣ କୁମାର ସାହୁ, ସୁକାନ୍ତ କୁମାର ଜେନା, ପ୍ରଶାନ୍ତ କୁମାର ପ୍ରଧାନ, ସନ୍ଧ୍ୟାରାଣୀ ପାଣିଙ୍କୁ ମାନପତ୍ର ଉପାୟନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରିବେଶ ସୁରକ୍ଷା ଜୀବନ ରକ୍ଷା ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଭାଗନେଇଥିବା ସଞ୍ଜୟ କୁମାର ମୁଦୁଲି, ଅନୀଲ କୁମାର ବେହେରା, ସୁଶାନ୍ତ କୁମାର ମୁଦୁଲି, ସାଇପ୍ରୀତି ମହାରଣା, ସ୍ନିଗ୍ଧାରାଣୀ ସାହୁ, ଦିବ୍ୟପ୍ରକାଶ ବଳିୟାରସିଂହ, ଆଲିଶା ପ୍ରିୟଦର୍ଶିନୀ ରାଉତରାୟ, ଅନନ୍ତ କୁମାର ଦାସ, ସରୋଜ କୁମାର ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ମଙ୍ଗରାଜ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ରିପୋର୍ଟ-ସନାତନ ମହାକୁଡ଼।

Leave A Reply

Your email address will not be published.