ନୀଳଗିରି: କୁଲଡିହା ଅଭୟାରଣ୍ୟ ଭିତରେ ଶିକାର କରି ଫେରାର ହୋଇ ଯାଇଥିବା ଦୁଇ ଶିକାରୀଙ୍କୁ ଟ୍ରାପ୍ କ୍ୟାମେରା ସହାୟତାରେ ଗିରଫ କରାଯାଇଛି। ବନ ବିଭାଗ ପକ୍ଷରୁ ସେମାନଙ୍କ ଘରେ ତଲାସି କରାଯାଇଥିଲା କୁଲଡିହା ଓ କପ୍ତିପଦା ବନବିଭାଗ କର୍ମଚାରୀଙ୍କ ସହଯୋଗରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ବସୁଧରା ଗାଁରେ ତଲାସି କରାଯାଇ ସୋରେନ ମାର୍ଣ୍ଡି (୫୭) ଓ ଲୁଗୁ କିସ୍କୁ (୩୪)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଘରୁ ଗୋଟିଏ ଏସ୍ଏମ୍ବିଏଲ୍ ବନ୍ଧୁକ, ୧୦ ବଣ୍ଡଲ୍ ଜିଆଇ ତାର ଫାଶ, ଗୋଟିଏ ଧନୁ ଓ ୩ଟି ତୀର ଜବତ କରାଯାଇଛି। ଏହି ଚଢ଼ଉରେ କୁଲଡିହାର ଭାରପ୍ରାପ୍ତ ରେଞ୍ଜର ସୌମ୍ୟରଞ୍ଜନ ମାଝୀ, ଫରେଷ୍ଟର ଅଜୟ ଜେନା, ଦେବରାଜ ରାଉତ, ଫରେଷ୍ଟ ଗାର୍ଡ ଜୟଲକ୍ଷ୍ମୀ ପୁହାଣ, ଲିପିକା ପାଣିଗ୍ରାହୀ, ହିମାଂଶୁ ପାଢ଼ୀ, ମାଧବ ସିଂ ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.