ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ପାଇଁ ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି। ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର ଉପକୃତ ହେବେ। ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଠାଯିବ।କୃଷକଙ୍କୁ ଆର୍ଥିକ ଭାବେ ସହାୟତା କରିବା ଏବଂ କୃଷି କାର୍ଯ୍ୟରେ ସହଯୋଗ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସିଏମ୍-କିଷାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଡିବିଟି ମାଧ୍ୟମରେ ଅର୍ଥରାଶି ସିଧାସଳଖ ଚାଷୀଙ୍କ ଖାତାକୁ ଯିବା ଫଳରେ ଆର୍ଥିକ ସହାୟତା ପ୍ରଦାନରେ ସ୍ୱଚ୍ଛତା ରହିବା ସହ ହିତାଧିକାରୀମାନେ ସୁବିଧାରେ ଟଙ୍କା ପାଇପାରିବେ।
Comments are closed.